Get Updates
Get notified of breaking news, exclusive insights, and must-see stories!

ଭକ୍ତ ଦାସଙ୍କ ‘ମୋକିମ କିଏ’ ମନ୍ତବ୍ୟକୁ ନରସିଂହ ମିଶ୍ରଙ୍କ ନାପସନ୍ଦ, କହିଲେ ସଭାପତି ଏପରି ଭାଷା କହିବା ଠିକ୍‌ ନୁହେଁ

ଭକ୍ତ ଦାସଙ୍କ 'ମୋକିମ କିଏ' ମନ୍ତବ୍ୟକୁ ନରସିଂହ ମିଶ୍ରଙ୍କ ନାପସନ୍ଦ । ଜଣେ ପିସିସି ସଭାପତି ଏପରି ଭାଷା କହିବା ଠିକ୍‌ ନୁହେଁ' ।
ଯେଉଁ ଘଟଣାକ୍ରମ ଚାଲିଛି, ଯିଏ ଠିକ୍‌ ହେଉ କି ଭୁଲ୍‌, ଦଳ ପାଇଁ କ୍ଷତିକାରକ' । ବର୍ତ୍ତମାନ ସ୍ଥିତିରେ ମୁଁ କାହାକୁ ଯୋଗାଯୋଗ କରିବାକୁ ପ୍ରସ୍ତୁତ ନୁହେଁ' । ମୋର ମହମ୍ମଦ ମୋକିମଙ୍କ ସହ ମଧ୍ୟ ଆଲୋଚନା ହୋଇ ନାହିଁ' ।

narasingha mishra
ସୂଚନାଯୋଗ୍ୟ, କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଥିଲେ । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ କି, ମହମ୍ମଦ ମୋକିମ କିଏ, ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି। ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି। ଦଳୀୟ ନେତୃତ୍ୱ ସେମାନଙ୍କ କଥା ନିଶ୍ଚିତ ଶୁଣିବେ। ସୋନିଆଙ୍କୁ ଚିଠି ଲେଖିବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ଚିଠିକୁ ମିଡିଆରେ ପ୍ରଘଟ କରିବାର କ'ଣ ଆବଶ୍ୟକତା ଥିଲା। କାରଣ ସେ ଦଳରେ ରହିବାକୁ ଚାହୁଁ ନ ଥିଲେ।
ରାହୁଲ ଗାନ୍ଧୀଙ୍କ ବିଷୟରେ ସେ କ'ଣ ଜାଣନ୍ତି ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି। ରାହୁଲ ଦେଶ ସାରା ପଦଯାତ୍ରା କରି ଲୋକଙ୍କୁ ସଚେତନ କଲେ। ଏହା କ'ଣ କଠିନ ପରିଶ୍ରମ ନୁହେଁ, ଚିଠି ଲେଖି ସେ ରାହୁଲଙ୍କୁ ଗାଇଡ କରିବେ। ଏହା ବିରୋଧୀଙ୍କ କାମ କହି ମୋକିମଙ୍କୁ ସମାଲୋଚନା କରିଛନ୍ତି ଭକ୍ତ। ଯଦି କେହି ନିଜ ନେତାଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଦେଖିପାରୁନି, ସେମାନଙ୍କୁ କଣ କୁହାଯିବ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+