ବଦଳିଲେ କଟକ ଜିଲ୍ଲାପାଳ; ଭବାନୀ ଶଙ୍କରଙ୍କ ବଦଳରେ ନରହରି ସେଠୀ କଟକର ନୂଆ ଜିଲ୍ଲାପାଳ

ବଦଳିଲେ କଟକ ଜିଲ୍ଲାପାଳ । ଭବାନୀ ଶଙ୍କର ଚଇନିଙ୍କୁ କଟକ ଜିଲ୍ଲାପାଳ ପଦରୁ ବଦଳି କରାଯାଇଛି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ କଟକର ନୂଆ ଜିଲ୍ଲାପାଳ ଭାବେ ନରହରି ସେଠୀଙ୍କୁ ନୂଆ ଦାୟିତ୍ୱ ମିଳିଛି ।

ଭବାନୀ ଶଙ୍କରଙ୍କ ବଦଳରେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବେ ନରହରୀ ସେଠୀ । ଆଇଏଏସ ସ୍ତରରେ ରାଜ୍ୟ ସରକାର ଏହି ଛୋଟଧରଣର ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି ହୋଇଛି ।

କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ତେବେ ଭବାନୀ ଶଙ୍କରଙ୍କୁ ତାଙ୍କ ସ୍ଥାନକୁ ବଦଳି କରାଯାଇ ନରହରିଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

cuttack_collector

ଗତକାଲି ସରକାର ୫୩ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଥିଲେ । ଏହାକୁ ମିଶାଇଲେ ଗତ ୭ ଦିନ ମଧ୍ୟରେ ଜିଲ୍ଲା ସ୍ତରରେ ୩୦୦ରୁ ଅଧିକ ଓଏଏସ୍ ଅଫିସରଙ୍କ ବଦଳି ହୋଇ ସାରିଲାଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+