ଧନୁଯାତ୍ରାର ନନ୍ଦରାଜାଙ୍କ ପରଲୋକ, ୭୦ ବର୍ଷ ବୟସରେ ହୃଦଘାତରେ ପରଲୋକ

ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କର ପରଲୋକ ହୋଇଛି। ଆଜି ଭୋରରୁ ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ପ୍ରଥମେ ତାଙ୍କ ବାପା ବାସୁଦେବ ପୋଢ ବରଗଡ଼ ଧନୁଯାତ୍ରାରେ ନନ୍ଦରାଜ ଭୂମିକାରେ ଅଭିନୟ କରୁଥିଲେ। ବାସୁଦେବଙ୍କ ମୃତ୍ୟୁ ପରେ ଦୀର୍ଘ ୨୦ ବର୍ଷ ହେବ ସତ୍ୟନାରାୟଣ ପୋଢ ଧନୁଯାତ୍ରାରେ ଏହି ଅଭିନୟକୁ ତୁଲାଇ ଆସୁଥିଲେ।

Dhanu Yatra
ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ବିଳମ୍ବିତ ରାତିରେ ହୃଦ୍‌ଘାତ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ ସତ୍ୟନାରାୟଣ ପୋଢ଼। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନନ୍ଦରାଜାଙ୍କ ଦେହାନ୍ତ ଖବର ଧନୁଯାତ୍ରା କଳାକାର ଜଗତରେ ତଥା ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+