ଚାକିରିରୁ ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର
ଚାକିରିରୁ ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାପାଳ ନିଲମ୍ବନ କଲେ ।
ଭୁବନେଶ୍ବର: ଲାଞ୍ଚ ନେବା ସରକରୀ ବାବୁଆଣୀଙ୍କୁ ପଡିଲା ମହଙ୍ଗା । ଚାକିରିରୁ ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାପାଳ ନିଲମ୍ବନ କଲେ । ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଜାଲରେ ଫସିଥିଲେ ସିଡିପିଓ ।
ଜିଲ୍ଲାର ଏକ ଏସଏଚଜି ଗ୍ରୁପଠାରୁ ୧ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବେ ଏବଂ ତାଙ୍କୁ ନ ଜଣାଇ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତ।

ସ୍ନିଗ୍ଧାରାଣୀଙ୍କୁ ଅକ୍ଟୋବର ୨୮ ତାରିଖ ଦିନ ଗିରଫ କରାଯାଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍ ହାଜତକୁ ନିଆଯାଇଥିଲା । ଜିଲ୍ଲାପାଳଙ୍କ ନିଲମ୍ବନ ଆଦେଶ ସେହି ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ଅଛି।












Click it and Unblock the Notifications