Get Updates
Get notified of breaking news, exclusive insights, and must-see stories!

ନୂଆ ବର୍ଷରେ ନନ୍ଦନକାନନ ଖୋଲା ରହିବ ନା ବନ୍ଦ, ବୁଲିବାକୁ ଆସିବା ପୂର୍ବରୁ ପଢି ନିଅନ୍ତୁ ଏହି ଖବର

ଭୁବନେଶ୍ୱର: ଆଗକୁ ଆସୁଛି ଖ୍ରୀଷ୍ଟମାସ ବା ବଡ଼ ଦିନ ତା ସହ ନୂଆବର୍ଷ, ରାଜ୍ୟରେ ଏବେଠୁ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି । ଧିରେ ଧିରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ବଢିବାରେ ଲାଗିଛି । ଏପରି ସ୍ଥିତିରେ ନନ୍ଦନକାନନରେ ମଧ୍ୟ ପର୍ଯ୍ୟଟଙ୍କ ଗହଳି ଆରମ୍ଭ ହୋଇ ଗଲାଣି । ଯାହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହେଲେ ଏବେ ସମସ୍ତେ ଜାଣିବା ପାଇଁ ଚାହୁଁଥିବେ ଯେ, ବଡ଼ ଦିନ ଏବଂ ନୂଆ ବର୍ଷ ଅର୍ଥାତ୍ ଜାନୁଆରୀରେ ୧ ରେ ନନ୍ଦନକାନନ ଖୋଲା ରହିବ ନା ନାହିଁ ।

ସାଧାରଣତଃ ସୋମବାର ଦିନ ନନ୍ଦନକାନନର ପ୍ରାଣୀ ଏବଂ ଉତ୍ତିଦ ଉଦ୍ୟାନ ବନ୍ଦ ରହିଥାଏ ଏବଂ ଏଥର ୨୫ ଡିସେମ୍ବର ଏବଂ ଜାନୁଆରୀ ୧ ସୋମବାର ପଡୁଥିବାରୁ ଉକ୍ତ ଦିନ ନନ୍ଦନକାନନ ଖୋଲା ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ପର୍ଯ୍ୟଟକଙ୍କ ଭିଡ଼କୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିୂବା ନେଇ ସୂଚନା ରହିଛି ।

 Nandankanan

ସେହିପରି ଲୋକେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ ଏବଂ ଏକ ଅସ୍ଥାୟୀ ଟିକେଟ୍ କାଉଣ୍ଟର ମଧ୍ୟ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ଏହାସହ ଲୋକେ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ରୋପୱେର ମଜା ମଧ୍ୟ ନେଇ ପାରିବେ । ପର୍ଯ୍ୟଟକ କାଞ୍ଜିଆହ୍ରଦ ସମେତ ଉଦ୍ଭିଦ ଉଦ୍ୟାନ ଓ ନନ୍ଦନକାନନକ ସବୁଜ ମନୋରମ ଦୃଶ୍ୟର ଏଞ୍ଜୟ କରିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+