Get Updates
Get notified of breaking news, exclusive insights, and must-see stories!

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ବାଘ ଦେଇ ଗିବନ୍ ଆଣିବ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ବାଘ ଦେଇ ଗିବନ୍ ଆଣିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଦୁଇଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ।

ଅରୁଣାଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନାରୁ ଦୁଇଟି ବାଘ ଓ ତିନିଟି ଘଡ଼ିଆଳ କୁମ୍ଭୀର ବଦଳରେ ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡ଼ି ଆସିବେ । ଏଥିପାଇଁ ଇଟାନଗର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡକ୍ଟର ସୋରାଙ୍ଗ ତଡ଼ାପ ନନ୍ଦନକାନନରେ ପହଞ୍ଚି ପୂର୍ବରୁ ହୋଇଥିବା ଚୁକ୍ତିପତ୍ରରେ ସ୍ୱାକ୍ଷର କରି ଦୁଇଟି ବାଘ ଓ ଘଡ଼ିଆଳ କୁମ୍ଭୀରଙ୍କୁ ଗ୍ରହଣ କରିଛନ୍ତି ।

Nandankanan Zoo

ଏନେଇ ସେଣ୍ଟ୍ରାଲ୍ ଜୁ' ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି। ଏମାନେ ଆଜି ନିଜ ସହ ବାଘ ଓ ଘଡ଼ିଆଳ ନେଇ ଯିବେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଛି । ଏମାନଙ୍କୁ ଆଣିବା ପାଇଁ ଅତିକମରେ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ସୋହିନୀ ୨୦୨୧ ଏପ୍ରିଏ ୧୪ ତାରିଖରେ ଜନ୍ମଲାଭ କରିଥିଲା। ସାଧାରଣ ନାଲି ରଙ୍ଗର ବାଘୁଣୀ ଓ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମଲାଭ କରିଥିଲା। ସେହିଭଳି ରକି ୨୦୨୧୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘର ସେଫର ମିଳନରୁ ଜନ୍ମଲାଭ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+