ଆସନ୍ତା ସୋମବାର ଖୋଲା ରହିବ ନନ୍ଦନକାନନ, ଜାଣନ୍ତୁ କାହିଁକି?
ସୋମବାର ଖୋଲା ରହିବ ନନ୍ଦନକାନନ। ରଜ ପର୍ବ ତୃତୀୟ ଦିନ ସୋମବାର ପଡୁଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ। ପ୍ରତ୍ୟେକ ବର୍ଷ ଓଡ଼ିଶାର ଗଣପର୍ବ ରଜ ୧୪ ତାରିଖ ଠାରୁ ଆରମ୍ଭ ହୋଇଥାଏ। ଆଉ ଏହି ଦିନର ବେଶ ମଜା ଉଠାଇଥାନ୍ତି ଝିଅମାନେ।
ଏପରିକି ରଜ ସମୟରେ ନନ୍ଦନକାନନରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳେ। ହେଲେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ସପ୍ତାହର ପ୍ରତ୍ୟେକ ସୋମବାର ବନ୍ଦ ରହିଥାଏ। କିନ୍ତୁ ଚଳିତବର୍ଷ ଶେଷ ରଜ ସୋମବାର ପଡୁଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ। ତେବେ ଏହି ଖବର ପ୍ରକାଶ ପାଇବା ପରେ ସମସ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ତେବେ ୨୦୨୪ ମସିହା ପହିଲି ରଜରେ ୧୭,୪୪୬ଜଣ ପର୍ଯ୍ୟଟକ ଆସିଥିବା ବେଳେ ୨ୟ ରଜରେ ୨୮,୫୨୦ ଜଣ ଓ ଶେଷ ରଜରେ ୩୦,୩୨୩ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ଯାହାକି ୨୦୨୩ ମସିହା ଶେଷ ରଜରେ ୧୪,୬୨୪ ଜଣ ପର୍ଯ୍ୟଟକ ଆସିଥିଲେ। ତେବେ ୨୦୨୪ ମସିହା ଶେଷ ରଜରେ ୨୦୨୩ ଠାରୁ ୧୫ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଆସିଥିଲେ।
କାରଣ ଏହି ତିନିଦିନରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ। ତେବେ ପର୍ଯ୍ୟଟକଙ୍କ ଆଗ୍ରହ ଦେଖି ଚଳିତ ବର୍ଷ ସୋମବାର ଦିନ ମଧ୍ୟ ନନ୍ଦନକାନନ ଖୋଲା ରହିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ନିର୍ଦେଶ ଦେଇଛନ୍ତି।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications