ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ନନ୍ଦନକାନନ

ଆଜିଠୁ ଖୋଲିଳା ନନ୍ଦନକାନନ । ପୁଣି ବନ୍ୟଜନ୍ତୁଙ୍କ ଆନନ୍ଦ ଉଠାଇବେ ପର୍ଯ୍ୟଟକ। ପୁଣି ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବା ସହିତ ମିଳିବ ବୁଲିବାର ମଜା।

ଭୁବନେଶ୍ୱର: ଆଜିଠୁ ଖୋଲିଳା ନନ୍ଦନକାନନ । ପୁଣି ବନ୍ୟଜନ୍ତୁଙ୍କ ଆନନ୍ଦ ଉଠାଇବେ ପର୍ଯ୍ୟଟକ। ପୁଣି ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବା ସହିତ ମିଳିବ ବୁଲିବାର ମଜା। ରାଜ୍ୟ ସରକାରଙ୍କ ଅଗଷ୍ଟ ଗାଇଡଲାଇନ୍ ଅନୁସାରେ ଆଜିଠୁ ଖୋଲିଛି ନନ୍ଦନକାନନ। କୋଭିଡ କଟକଣା ଭିତରେ ପର୍ଯ୍ୟଟକ ବୁଲିପାରିବେ ପ୍ରାଣୀ ଉଦ୍ୟାନ।

Nandankanan

ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର। ତେବେ ମାନିବାକୁ ପଡିବ ଏହି ସବୁ ନିୟମ ।

  • ନନ୍ଦନକାନନ ପ୍ରବେଶ ପଥରେ ଦର୍ଶକଙ୍କ ପାଇଁ ସ୍କାନିଂ ପରେ ଛଡ଼ାଯିବ।
  • ଯେଉଁମାନଙ୍କୁ ଜ୍ୱର, ଥଣ୍ଡା କିମ୍ବା କାଶ ହେଉଥିବ, ସେମାନଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ।
  • ମାନୁଆଲ ଟିକେଟ୍ ବଦଳରେ ଇ ଟିକେଟିଂ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯିବ।
  • ଚିଡ଼ିଆଖାନା ଭିତରେ ପାନ, ଗୁଟଖା ଓ ଖଇନି ଖାଇବା ନିଷେଧ।
  • ଏଥିରେ ଖିଲାପ କଲେ ପର୍ଯ୍ୟଟକଙ୍କୁ ୫୦୦ ଟଙ୍କା ଫାଇନ୍ କରାଯିବ।
  • ସମସ୍ତ ପ୍ରାପ୍ତ ବୟସ୍କ ଓ ୭ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଲାଗି ମାସ୍କ ବ୍ୟବହାର ବାଧ୍ୟତାମୂଳକ।
  • ଦର୍ଶକମାନେ ପ୍ରବେଶ କଲା ବେଳେ ସେମାନଙ୍କ ସମ୍ପୂର୍ଣ୍ଣ ଶରୀରକୁ ସାନିଟାଇଜ୍ କରାଯିବ
  • ସେମାନେ ମେଡିକେଟେଡ୍ ଫୁଟମ୍ୟାଟ୍ ଉପରେ ଚାଲିବାକୁ ବ୍ୟବସ୍ଥା।
  • ଦର୍ଶକ, କର୍ମଚାରୀ ସମସ୍ତେ କୋଭିଡ ନିୟମ ମାନିବାକୁ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନିବେଦନ।

ସେପଟେ ଦୀର୍ଘ ୭ ମାସ ପରେ ଆଜିଠୁ ଖୋଲୁଛି ଡେରାସ ଓ ଚନ୍ଦକା ଡମପଡ଼ା ଅଭୟାରଣ୍ୟ। ସବୁଠି ଗାଇଡଲାଇନ ଅନୁସାରେ ପର୍ଯ୍ୟଟକ ବୁଲିପାରିବେ। କଟକଣାକୁ କଡାକଡି କରିବାକୁ ପ୍ରସ୍ତୁତି ଚୁଡାନ୍ତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+