ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ
ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍ ଉପରକୁ ମଙ୍ଗଳବାର ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଭଦ୍ରକ ଓ ବାଉଦପୁର ସେକ୍ସନ ମଝିରେ ଟ୍ରେନ୍ ଉପରକୁ ଗୁଳିମାଡ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଟ୍ରେନ୍ ଉପରକୁ ୨ ରାଉଣ୍ଡ ଗୁଳିମାଡ ହୋଇଛି । ଗୁଳିମାଡରେ ଗାର୍ଡ ବଗିର ଝରକା କାଚ ଭାଙ୍ଗିଛି । ଖବର ପାଇ ଜିଆର୍ପି ଓ ସ୍ଥାନୀୟ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି ।
ଅନ୍ୟପକ୍ଷେ ଟ୍ରେନ୍ଟି କିଛି ସମୟ ଅଟକି ରହିଥିବା ବେଳେ ଜିଆର୍ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ଦୁର୍ବୃତ୍ତମାନେ କେଉଁ ଉଦ୍ଦେଶ୍ୟରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି ତାହା ସ୍ପଷ୍ଟ ଜଣାପଡି ନାହିଁ। ଏହି ଘଟଣା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଛନ୍ତି।












Click it and Unblock the Notifications