Video Viral: ଆଇଆଇସିଙ୍କଠାରୁ ହୋମଗାର୍ଡ, ଥାନାରେ କରୁଛନ୍ତି ନାଗିନ୍ ଡ୍ୟାନ୍ସ
ଏସ୍ପି ଅଫିସ୍ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି ଥାନା ପରିସରରେ ହୋଲି ଦିନ ନାଗିନ ଡ୍ୟାନ୍ସରେ କର୍ମଚାରୀମାନେ ନାଚ କରୁଥିବା ଦେଖିବାକୁ ମିଳିଛି ।
ଯାଜପୁର: ଥାନା ଭିତରେ ଚାଲିଛି ନାଗିନ୍ ଡ୍ୟାନ୍ସ । ନାଚୁଛନ୍ତି ପୋଲିସ କର୍ମଚାରୀ । ଦୃଶ୍ୟ, ପାଣିକୋଇଲି ଥାନାର । ଏସ୍ପି ଅଫିସ୍ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି ଥାନା ପରିସରରେ ହୋଲି ଦିନ ନାଗିନ ଡ୍ୟାନ୍ସରେ କର୍ମଚାରୀମାନେ ନାଚ କରୁଥିବା ଦେଖିବାକୁ ମିଳିଛି ।

ଆଇଆଇସିଙ୍କଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତେ ମସଗୁଲ ହୋଇ ଗୀତରେ ନାଚୁଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପୋଲିସ୍ ପୋଷାକରେ ଥାନା ଭିତରେ ନାଗିନ୍ ଡ୍ୟାନ୍ସରେ ବାବୁମାନେ ଯେଭଳି ନୃତ୍ୟ ପ୍ରଦର୍ଶନ କରିଛନ୍ତି, ତାହା ଏକ ଶୃଂଖଳିତ ବିଭାଗର ଭାବମୂର୍ତ୍ତିର ଅବକ୍ଷୟ ବୋଲି କୁହାଯାଉଛି ।
ଏ ସମ୍ପର୍କରେ ଜିଲ୍ଲା ପୋଲିସ୍ ମୁଖିଆ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି। ପୋଲିସ୍ ବାବୁଙ୍କ ଏଭଳି ଅକୁହା କଥାକୁ ଦେଖିବା ପରେ ଜନଗଣ କହି ପାରୁ ନାହାନ୍ତି କି ସହି ମଧ୍ୟ ପାରୁ ନାହାନ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
More From
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications