For Quick Alerts
Turn On Notification  
For Daily Alerts
Oneindia App Download

Video Viral: ଆଇଆଇସିଙ୍କଠାରୁ ହୋମଗାର୍ଡ, ଥାନାରେ କରୁଛନ୍ତି ନାଗିନ୍ ଡ୍ୟାନ୍ସ

ଏସ୍‌ପି ଅଫିସ୍‌ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି ଥାନା ପରିସରରେ ହୋଲି ଦିନ ନାଗିନ ଡ୍ୟାନ୍ସରେ କର୍ମଚାରୀମାନେ ନାଚ କରୁଥିବା ଦେଖିବାକୁ ମିଳିଛି ।

|

ଯାଜପୁର: ଥାନା ଭିତରେ ଚାଲିଛି ନାଗିନ୍ ଡ୍ୟାନ୍ସ । ନାଚୁଛନ୍ତି ପୋଲିସ କର୍ମଚାରୀ । ଦୃଶ୍ୟ, ପାଣିକୋଇଲି ଥାନାର । ଏସ୍‌ପି ଅଫିସ୍‌ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି ଥାନା ପରିସରରେ ହୋଲି ଦିନ ନାଗିନ ଡ୍ୟାନ୍ସରେ କର୍ମଚାରୀମାନେ ନାଚ କରୁଥିବା ଦେଖିବାକୁ ମିଳିଛି ।

nagin dance

ଆଇଆଇସିଙ୍କଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତେ ମସଗୁଲ ହୋଇ ଗୀତରେ ନାଚୁଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ପୋଲିସ୍‌ ପୋଷାକରେ ଥାନା ଭିତରେ ନାଗିନ୍‌ ଡ୍ୟାନ୍ସରେ ବାବୁମାନେ ଯେଭଳି ନୃତ୍ୟ ପ୍ରଦର୍ଶନ କରିଛନ୍ତି, ତାହା ଏକ ଶୃଂଖଳିତ ବିଭାଗର ଭାବମୂର୍ତ୍ତିର ଅବକ୍ଷୟ ବୋଲି କୁହାଯାଉଛି ।

ଏ ସମ୍ପର୍କରେ ଜିଲ୍ଲା ପୋଲିସ୍‌ ମୁଖିଆ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି। ପୋଲିସ୍‌ ବାବୁଙ୍କ ଏଭଳି ଅକୁହା କଥାକୁ ଦେଖିବା ପରେ ଜନଗଣ କହି ପାରୁ ନାହାନ୍ତି କି ସହି ମଧ୍ୟ ପାରୁ ନାହାନ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
nagin dance at jajpur police station
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X