ପୁଣି କମ୍ପିବ ପ୍ରଚାର ମଇଦାନ, ୨୩ରେ ଧାମନଗର ଆସିବେ ନଡ୍ଡା
ପୁଣି ଓଡ଼ିଶା ଆସିବେ ଜେପି ନଡ୍ଡା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ଲାଗି ପ୍ରଚାର କରିବାକୁ ନଡ୍ଡା ଧାମନଗର ଆସିବେ ବୋଲି ଜିଲା ମିଡିଆ ସେଲ୍ ସଂଯୋଜକ ବୈକୁଣ୍ଠନାଥ ସାହୁ ସୂଚନା ଦେଇଛନ୍ତି।

ନଡ୍ଡା ଅସୁରାଳି ଷ୍ଟ୍ରକ୍ଚର ପଡ଼ିଆରେ ହେବାକୁ ଥିବା ବିଶାଳ ଜନ ସମାବେଶରେ ଯୋଗଦେଇ ନିର୍ବାଚନୀ ପ୍ରଚାର କରିବେ। ଏଥିପାଇଁ ଭାଜପା ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି।












Click it and Unblock the Notifications