ଓଡ଼ିଶାରେ ସରକାର କିଏ ଚଳାଉଛି, ଜଣାପଡୁ ନାହିଁ : ଜେ.ପି ନଡ୍ଡା

ଓଡ଼ିଶାରେ ସରକାର କିଏ ଚଳାଉଛି, ଜଣାପଡୁ ନାହିଁ : ଜେ.ପି ନଡ୍ଡା

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । କନ୍ଧମାଳ ତୁମୁଡିବନ୍ଧରେ ପହଁଚି ଜୟ ଜଗନ୍ନାଥ କହି ବିଶାଳ ଜନସଭାକୁ ସମ୍ବୋଧନ କଲେ ନଡ୍ଡା । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସାଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନଜର ଆସିଲେ । ବିଜେପିର କଲେ ଗୁଣ ଗାନ ଟାର୍ଗେଟରେ ରହିଲେ ରାଜ୍ୟ ସରକାର । ରତ୍ନଭଣ୍ତାର ଚାବି, ଓଡ଼ିଶା ୟୁନିଭର୍ସିଟି, ଆୟୁଷମାନ ଭାରତ ଯୋଜନ ଲାଗୁ ନ କରିବା ଏବଂ ଓଡ଼ିଶାରେ ସରକାର କିଏ ଚଳାଉଛି ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ।

jp nadda
ଆଜି ବିଭିନ୍ନ ପ୍ରସଙ୍ଗ ନେଇ କନ୍ଧମାଳରୁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ନଡ୍ଡା । ସେ କହିଛନ୍ତି, NCRB ରିପୋର୍ଟ ଅନୁସାରେ ମହିଳା ନିର୍ଯ୍ୟାତନା ଓଡ଼ିଶାରେ ଦ୍ୱିଗୁଣିତ । ସବୁଠୁ ଅଧିକ ମହିଳା ଚାଲାଣ, ମାନବ ଚାଲାଣ ଓଡ଼ିଶାରୁ ହେଉଛି । ମହିଳା ଚାଲାଣରେ ଓଡ଼ିଶା ଦେଶର ସବୁଠାରୁ ଆଗରେ ରହିଛି ବୋଲି କିହଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେହିପରି ସେ ଓଡ଼ିଶା ପୋଲିସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେହିପରି ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଖୋଲା ଯାଇ ନାହିଁ ଓଡ଼ିଶା ୟୁନିଭର୍ସିଟି ଯେଉଁଥି ପାଇଁ ଆଜି ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ନଡ୍ଡା ।

ଆୟୁଷ୍ମାନ ଭାରତ ଯୋଜନରୁ କ'ଣ ପାଇଁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା । ମୋଦି ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଚାହୁଁଛନ୍ତି ହେଲେ ଓଡ଼ିଶାରେ ଏହା ଲାଗୁ କରାଯାଉ ନାହିଁ । ତେବେ ଏପରି ସରକାର ରହିବା ଉଚିତ୍ କି ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା ।

ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଅନେକ କାମ କରିଛନ୍ତି । ସର୍ବାଧିକ ୮୭ ଏକଲବ୍ୟ ଆବାସିକ ସ୍କୁଲ ଓଡ଼ିଶାରେ ହୋଇଛି । ୩ ଶହ କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନକୁ ନୂଆ ରୂପ ଦିଆଯାଉଛି । ୩୩୨୩ କୋଟି ଜଳଜୀବନ ମିଶନରେ ବ୍ୟୟ ହେଉଛି । ଓଡ଼ିଶାରେ ୯ ହଜାର କୋଟି ବ୍ୟୟରେ ୧୨୧୪ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+