ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏରିୟର କରାଇ ଦେବାକୁ ନେଉଥିଲେ ଲାଞ୍ଚ । ଧରାପଡିଗଲେ ଭିଜିଲାନ୍ସ ହାତରେ । ଧରାପଡିବା ପରେ ବାବୁଙ୍କ ଅନ୍ୟ ଠିକଣାରେ ଚାଲିଛି ରେଡ୍ ।

vigilance

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓଏଏସ୍ ବନମାଳୀ ଶତପଥୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବାଲିପଦର ଛକ ଠାରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି ।

ଟଙ୍କା ସହ ଓଏଏସ୍‌ ବାବୁ ଧରାପଡିବା ପରେ ତାଙ୍କ ଅଫିସ୍, କ୍ୱାର୍ଟର ଓ କବିସୂର୍ଯ୍ୟନଗର ଠାରେ ଥିବା ଦୁଇଟି ବାସଭବନରେ ରେଡ୍ ଚାଲିଛି l ଜଣେ ଡିଏସ୍‌ପି, ଜଣେ ଇନ୍ସପେକ୍ଟର ଓ ୨ ଜଣ ଜଣ ଏଏସ୍‌ଆଇ ମିଶି ୮ ଜଣିଆ ଟିମ୍ ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+