ପଦ ହରାଇବେ NAC ଅଧ୍ୟକ୍ଷା ! ନିମାପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା କାଟ୍ ଖାଇଲା
ପଦ ହରାଇବେ ଏନଏସି ଅଧ୍ୟକ୍ଷା! ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ପଡ଼ିଲା ଅନାସ୍ଥା ଭୋଟ୍ । କିଛିଦିନ ତଳେ ୮ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ପାଇଁ ପୁରୀ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ଅନାସ୍ଥା ପ୍ରସ୍ତାବକୁ ଜିଲ୍ଲାପାଳ ଗ୍ରହଣ କରିଥିଲେ। ଏହାପରେ ଆଜି ଭୋଟ୍ ପଡ଼ିଛି।
ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ୭ଟି ଭୋଟ୍ ପଡ଼ିଛି । ଅଧ୍ୟକ୍ଷାଙ୍କ ବିରୋଧରେ ୮ ଜଣ ସଦସ୍ୟ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ତେବେ ଭୋଟିଂ ସମୟରେ ଗୋଟିଏ ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ୩ ଜଣ କାଉନସିଲର ଭୋଟ୍ ଦେଇନଥିଲେ । ସେମାନଙ୍କ ମଧ୍ୟରେ ଜଣେ ବିଜେଡିର, ଜଣେ ବିଜେପିର ଓ ଜଣେ ସ୍ୱାଧୀନ ସଦସ୍ୟ ଥିଲେ । ତେବେ ଏଭଳି ସ୍ଥିତିରେ ଏନଏସି ଅଧ୍ୟକ୍ଷା ନିଜର ପଦ ହରାଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

କିଛିଦିନ ତଳେ ଅଧ୍ୟକ୍ଷା ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେ ଯେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଇଛି। ଏବେର ବିଜେପି ନେତା ତଥା ପୂର୍ବତନ ବିଜେଡି ନେତା ସମୀର ଦାସ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି।












Click it and Unblock the Notifications