ଆସନ୍ତା ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ NAC ଓ ପୌର ନିର୍ବାଚନ

ଜୁନ୍ ସୁଦ୍ଧା ୨୪ ନୂଆ NAC ଓ ପୌର ନିର୍ବାଚନ । ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି । ନୂଆ ୨୪ଟି ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ । ପୌରାଞ୍ଚଳ ଘୋଷଣାର ୬ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟସରକାର ୨୪ଟି ନୂଆ NAC ଓ ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ଜୁନ୍ ସୁଦ୍ଧା ସେସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ ।

NAC

ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢୀ ଚିଠି ଲେଖି ଅବଗତ କରିଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର । ୧୪ ଜିଲ୍ଲାର ଘୋଷିତ ୨୪ଟି NACରେ ସୀମା ପୁନଃନିର୍ଦ୍ଧାରଣ ମାର୍ଚ୍ଚ ସୁଦ୍ଧା ସରିବ । ପରେ ଆସନ ସଂରକ୍ଷଣ କାମ ଶେଷ ହୋଇ ନିର୍ବାଚନ ପ୍ରକିୟା ଆରମ୍ଭ ହେବ। ଜୁନ୍ ଶେଷ ସୁଦ୍ଧା ସମସ୍ତ ନୂତନ NACରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ କରିବା ଲାଗି ସମସ୍ତ ପଦକ୍ଷେପ ନେବାକୁ ରାଜ୍ୟ ନିର୍ବାଚନ କମିଶନା ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+