ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ଲାଗି ହେଲା ନବାନ୍ନ
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଏନେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି।

ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଶୁଭବେଳା ଦେଖି ଏହି ନବାନ୍ନ ଲାଗି ହୋଇଛି। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନବାନ୍ନ ଭୋଗ ପରେ ପରିବାର ସହ ଏକାଠି ବସି ସମସ୍ତେ ନୂଆ ଖାଇବେ।
ସେହିପରି ପଶ୍ଚିମ ଓଡ଼ିଶାର ଅନ୍ୟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ପ୍ରଥମେ ପରିବାର ବଡ଼ମାନଙ୍କୁ ମୁଣ୍ଡିଆ ମାରି ଏହି ପର୍ବ ପାଳନ ହେବ। ପରେ ନୂଆଁଖାଇ ପାଳନ ହେବ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଲୋକେ ନିଜ ନିଜ ଘରକୁ ଫେରିଛନ୍ତି।












Click it and Unblock the Notifications