For Quick Alerts
Turn On Notification  
For Daily Alerts
Oneindia App Download

ପଞ୍ଚଭୂତରେ ବିଲୀନ ହେଲେ ନବ କିଶୋର ଦାସ, ମୁଖାଗ୍ନୀ ଦେଲେ ପୁଅ ବିଶାଲ

ଆଜି ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷ ବିଦାୟ ନେଇଛନ୍ତି ନବ କିଶୋର ଦାସ । ପ୍ରଥମେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଆଜି ନିଜ ପ୍ରିୟ ନେତାଙ୍କୁ ସବୁ ଦିନ ପାଇଁ ଅଲବିଦା କହିଛନ୍ତି ଝାରସୁଗୁଡାବାସୀ ।

|
naba das death case imageid

ଝାରସୁଗୁଡା: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ମୁଖାଗ୍ନୀ ଦେଲେ ପୁଅ ବିଶାଲ । ଆଜି ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷ ବିଦାୟ ନେଇଛନ୍ତି ନବ କିଶୋର ଦାସ । ପ୍ରଥମେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଆଜି ନିଜ ପ୍ରିୟ ନେତାଙ୍କୁ ସବୁ ଦିନ ପାଇଁ ଅଲବିଦା କହିଛନ୍ତି ଝାରସୁଗୁଡାବାସୀ ।

ଶେଷକୃତ୍ୟ ପୂର୍ବରୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀଙ୍କ ସମେତ ବିଧାୟକ ଏବଂ ବରିଷ୍ଠ ନେତାମାନେ ଶେଷଯାତ୍ରାରେ ହେଲେ ସାମିଲ । ଏପରିକି ୫-ଟି ସଚିବ ଭି.କେ ପାଣ୍ତିଆନ ମଧ୍ୟ ଉପସ୍ଥିତ ଥିବା ଦେଖିବା ପାଇଁ ମିଳିଥିଲା । ପୂର୍ବରୁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ନବଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବାସଭବନରେ ପହଞ୍ଚି ଆଜି ନବଙ୍କ ମରଶରୀରକୁ ପୁଷ୍ପ ଗୁଚ୍ଛ ଦେଇ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ।

ଅନ୍ୟପକ୍ଷରେ ନବ ଦାସଙ୍କୁ ଗୁଳିମାଡ ଘଟଣାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ପାଖାପାଖି ୨ ଘଣ୍ଟା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରା ଗୋପାଳ ଦାସଙ୍କୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ ପଚାରି ଥିବା ସୂଚନା ମିଳିଛି ।

ସୂଚନାଥାଉ ଯେ, ଗତକାଲି ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳିମାଡ଼ରେ ନିହତ ହୋଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ତାଙ୍କୁ ଗୁଳିମାଡ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ପରେ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ସମୟ ତାଙ୍କ ଚିକିତ୍ସା କରାଯିବା ପରେ ଶେଷରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Naba Kishore Das's last rites.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X