ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ
Odisha News: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପତ୍ନୀ ମିନତି ଦାସ ଆଜି ଅପରାହ୍ନ ୫ଟା ସମୟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ସୂଚନା ରହିଛି । ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଚିଠି ଲେଖି ସମୟ ମାଗିଥିଲେ, ଯାହା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମୟ ଦେଇଥିଲେ ।

ସୂଚନାଥାଉ ଯେ, ଆଜିଠୁ ପୁଣି ହତ୍ୟାର ସାନି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ନବ ଦାସଙ୍କ ଝାରସୁଗୁଡା ସ୍ଥିତ ବାସଭବନରେ ଯାଇ ତଦନ୍ତ ଆରମ୍ଭ କରିଛି । ପ୍ରାୟ ୭ ଘଣ୍ଟା ଧରି ନବଦାସଙ୍କ ଘରେ ରହିଥିଲା କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରିଥିଲେ ଏହି ସମୟରେ ନବ ଦାସଙ୍କ ପତ୍ନୀ ମିନତି ଦାସ, ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି ।












Click it and Unblock the Notifications