ନବ ଦାସ ହତ୍ୟା ମାମଲା: ଦୁଇ ଜଣଙ୍କ ସାକ୍ଷ୍ୟ ଗ୍ରହଣ, ଭିଡିଓ କନଫେରେନ୍ସରେ ହାଜର ହେଲା ଗୋପାଳ

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାର ଶୁଣାଣି ଆରମ୍ଭ ହୋଇଛି ।ଅଭିଯୁକ୍ତ ଗୋପାଳ ଦାସଙ୍କୁ ଆଜି ଚୌଦ୍ୱାର ଜେଲରୁ ଭିଡିଓ କନଫେରେନ୍ସରେ ହାଜର ହୋଇଥିଲେ । ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ପ୍ରଥମ ସାକ୍ଷୀ ଭାବେ ଉପସ୍ଥିତ ହୋଇଥିଲେ ନବ ଦାସଙ୍କ ବଡ଼ ଭାଇ ରାଜ କିଶୋର ଦାସ ଓ ନବଙ୍କ ପିଏ ।

ଅଭିଯୁକ୍ତଙ୍କ ପକ୍ଷରୁ ମାମାଲା ପରିଚାଳନା ପାଇଁ ଓକିଲ ମହେଶ ଜେନା ନିଯୁକ୍ତ ହୋଇଥିବାରୁ ତାଙ୍କର ଅନୁପସ୍ଥିତରେ ଝାରସୁଗୁଡା ର ଆଇନଜୀବୀ ନରେଶ ନଏକ ଯୁକ୍ତି ଦର୍ଶାଇ ଥିଲେ । ନବ କିଶୋର ଦାସଙ୍କ ଭାଇ ରାଜକିଶୋର ଦାସ ଓ ସନାତନ ସିହ୍ନା ଝାରସୁଗୁଡା ADJ କୋର୍ଟରେ ସାକ୍ଷ୍ୟ ଦେବା ପାଇଁ ହାଜର ହୋଇଥିଲେ । ଆସନ୍ତା ନଭେମ୍ବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

NABA_DASH

ଗୁଳିମାଡ଼ ପରେ ନବ ଦାସଙ୍କ ରକ୍ତଚାପ କେତେ ରହିଥିଲା, ହୃଦସ୍ପନ୍ଦନ କେତେ ରହିଥିଲା । ଡାକ୍ତର କ'ଣ ଚିକିତ୍ସା କଲେ ସେ ବାବଦରେ କିଛି ଉଲ୍ଲେଖ ନାହିଁ । ମେଡିକାଲ ନିୟମ ଅନୁସାରେ ରୋଗୀଙ୍କୁ ଦେଖୁଥିବା ଡାକ୍ତର ଟିକେଟରେ ସମସ୍ତ ନୀରିକ୍ଷଣ, ଚିକିତ୍ସା ଓ ପରାମର୍ଶ ଲେଖିଥାନ୍ତି । ଫଳରେ ରୋଗୀଙ୍କ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଗଲେ ସେହି ଟିକେଟ ଆଧାରରେ ଚିକିତ୍ସା କରାଯାଇଥାଏ । ମାତ୍ର ନବ ଦାସଙ୍କ ଓପିଡି ଟିକେଟ୍‌ରେ ଏସବୁ ବିଷୟରେ କିଛି ଲେଖା ନଥିଲା ବୋଲି ବିବାଦ ସୃଷ୍ଟି ହୋଇଥିଲା ।

ଏହି ମାମଲାରେ ପଲିଗ୍ରାଫ୍ ସମୟରେ ଅଭିଯୁକ୍ତ ଗୋପାଳକୁ ୨୬ଟି ପ୍ରଶ୍ନ ପଚରାଯାଇଥିଲା । ଏଥିରୁ ସେ ୧୩ଟି ପ୍ରଶ୍ନର ଉତ୍ତର ହଁ କହିଥିବା ବେଳେ ବାକି ୧୩ ପ୍ରଶ୍ନର ଉତ୍ତର ଥିଲା 'ନା' ।

ସୂଚନା ଯୋଗ୍ୟ, ଜାନୁଆରୀ 29 ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେବା ସମୟରେ ନବଦାସ ଙ୍କୁ ଗୁଳି ମାରି ହତ୍ୟା କରିଥିଲା ଏସଆଇ ଗୋପାଳ ଦାସ । ନବଦାସ ଙ୍କୁ ଗୁଳି ମାରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳକୁ କାବୁ କରି ନେଇଥିଲା।ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚ କୁ ଦେଇଥିଲେ ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଚାର୍ଜସିଟ JMFC କୋର୍ଟରେ ମେ 26 ତାରିଖରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+