ନବ ଦାସଙ୍କ ହତ୍ୟାକୁ ପୁରିଲା ବର୍ଷେ; ସ୍ତବ୍ଧ ହୋଇ ଯାଇଥିଲା ଓଡ଼ିଶା, କେତେ ବାଟ ଗଲା ତଦନ୍ତ ?
ନବ ଦାସଙ୍କ ହତ୍ୟାକୁ ବର୍ଷେ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ବର୍ଷେ ପୁରିଛି । ଗତ ବର୍ଷ ଆଜିର ଦିନରେ ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହାରି ଭିତରେ ହତ୍ୟାର କାରଣ ପର୍ଦ୍ଦାଫାସ ହୋଇପାରିନି ।
କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ହେଲେ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କରିଛି ତାହା ଏବେବି ସ୍ପଷ୍ଟ ହୋଇନି ।
ଏପରିକି ନବଙ୍କ ପରିବାର ଷଡଯନ୍ତ୍ର ଅଭିଯୋଗ କରିବା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ରର ଦିଗକୁ ତଦନ୍ତରେ ସାମିଲ କରିନାହିଁ। ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହୋଇଛି ।

ତଦନ୍ତ ବେଳେ ମଧ୍ୟ ଗୋପାଳ ସହଯୋଗ କରିବା ସହ ସବୁ ପ୍ରଶ୍ନର ଉତ୍ତର ବୁଝିବିଚାରି ଦେଉଥିଲା । ଯାହାକି ତାର ମାନସିକ ସ୍ଥିତି ସ୍ଥର ରହିଥିବା ଏବଂ ସେ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିବା କ୍ରାଇମବ୍ରାଞ୍ଚ ନିଜ ରିପୋର୍ଟର ଉଲ୍ଲେଖ କରିଛି ।
ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନବ ଦାସଙ୍କୁ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି । କିନ୍ତୁ ନବ ଦାସଙ୍କ ପତ୍ନୀ ଓ ପୁଅ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନ ଏବେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ।
ନବଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଝାରସୁଗୁଡା ମନମୋହନ ସ୍କୁଲ ପଡିଆରୁ ଏକ ମିନି ମାରାଥନର ଆୟୋଜନ ହୋଇଛି। ସେହିପରି ଏସପି ଅଫିସ ସମ୍ମୁଖ ତିନି କୋଣୀଆ ଛକରେ ନବ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ପରେ ଦିନ ୧୨ଟାରେ ମନମୋହନ ଏମଇ ସ୍କୁଲ ପଡିଆଠାରେ ସର୍ବଧର୍ମ ସ୍ମୃତି ସଭା ଅନୁଷ୍ଠିତ ହେବ ।
୨୦୨୩ ମସିହା ଜାନୁଆରୀ ୨୯ରେ ସ୍ବଗତଃ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବାବେଳେ ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ କରିଥିଲା।
ଏମିତି ଥିଲା ଘଟଣା
୨୦୨୩ ମସିହା ଜାନୁଆରୀ ୨୯ ତାରିଖ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭବ୍ୟ ଆୟୋଜନ କରଯାଇଥିଲା। ସବୁ ପ୍ରସ୍ତୁତି ଶେଷ ହୋଇଥିଲା । ଠିକ୍ ସମୟରେ ଆସି ପହଞ୍ଚିଥିଲେ ନେତା । ହେଲେ କାର୍ରୁ ଓହ୍ଲାଇବା କ୍ଷଣି ଗୁଳି ଶବ୍ଦ ଶୁଭୁଛି । କିନ୍ତୁ ମାତ୍ର କେଇ ସେକେଣ୍ଡ ଭିତରେ ଟଳିପଡିଲେ ମନ୍ତ୍ରୀ । ସ୍ତବ୍ଧ ହୋଇଗଲା ଓଡ଼ିଶା । ହେଲେ ମନ୍ତ୍ରୀଙ୍କୁ ସମସ୍ତଙ୍କ ସାମ୍ନାରେ ହିଁ ଗୁଳିକରି ହତ୍ୟା କଲା ଜଣେ ପୋଲିସ କର୍ମୀ ।
ଆଉ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ଆଜି ପୂରିଛି ବର୍ଷେ । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ବି ଆଜି ବି ହତ୍ୟାକାଣ୍ଡ ନେଇ ସସ୍ପେନ୍ସ ଲାଗି ରହିଛି । ହତ୍ୟାର ପ୍ରକୃତ କାରଣ ଜାଣିବାରେ ପୋଲିସ ସମର୍ଥ ହୋଇନାହିଁ ।












Click it and Unblock the Notifications