ନବ ଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇଥିବା ଯୁବକକୁ ଜେରା
Naba Das Murder Case: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଏହି ମାମଲାରେ ଆଜି ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚର ପଚରାଉଚରା ଜାରି ରହିଛି । ସରୋଜ ସା'ନାମକ ଏକ ଯୁବକଙ୍କୁ ପଚରାଉଚରା କରାଯାଉଥିବା ନେଇ ସୂଚନା ରହିଛି । ହତ୍ୟାକାଣ୍ତ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସରୋଜ ସା' । ତତ୍କାଳୀନ IICଙ୍କଠୁ ବନ୍ଧୁକ ଛଡାଇ ଆଣିଥିଲେ ସରୋଜ ।
ଦୀର୍ଘ ଦୁଇ ବର୍ଷ ପରେ ପୁଣି ନବ ଦାସ ହତ୍ୟା ମାମଲାରେ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ପ୍ରଥମେ ପରିବାରକୁ ଭେଟିଥିଲା ଯେଉଁଠି ସମସ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା ଏହା ପରେ ହତ୍ୟାକାଣ୍ତ ଘଟଣାସ୍ଥଳରେ ପହଞ୍ଚଥିଲା ଟିମ୍ ସେହିପରି, ଡାକ୍ତରଖାନାକୁ ଯାଇ ମଧ୍ୟ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ ।

ଡାକ୍ତରଖାନାରେ ପଚରାଉଚରା କରିବା ସହ ଉକ୍ତ ଦିନ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସେହିପରି ଏୟାର ଲିଫ୍ଟଟିଂକୁ ନେଇ ପ୍ରଶ୍ନ କରିଥିଲା ଟିମ୍ ।












Click it and Unblock the Notifications