ନବ ଦାସ ହତ୍ୟା ମାମଲା: CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ପତ୍ନୀ
Naba Das Murder Case: ନବ ଦାସ ହତ୍ୟା ମାମଲା ନେଲା ନୂଆ ମୋଡ଼ । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବ ସ୍ୱର୍ଗତ ନବ ଦାସଙ୍କ ପରିବାର । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇ-ମେଲ୍ କରିଛନ୍ତି ନବ ଦାସଙ୍କ ପତ୍ନୀ । ପୂର୍ବରୁ ରାଜ୍ୟ ଆଇନ ମନ୍ତ୍ରୀ କହିଥିଲେ CBI ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଆବେଦନ କରିବାକୁ ପଡିବ ବୋଲି କହିଥିଲେ ।
ସୂଚନା ଅନୁସାରେ, ୨ ମାସ ପୂର୍ବରୁ ନବ ଦାସଙ୍କ ପୁଅ ଓ ଝିଅ ସିବିଆଇ ତଦନ୍ତ ଚାହୁଁଛନ୍ତି ବୋଲି ଗଣମାଧ୍ୟମରେ କହିଥିଲେ । ବର୍ତ୍ତମାନ ତଦନ୍ତ ନେଇ ପରିବାର ପକ୍ଷରୁ ଲିଖିତ ଆବେଦନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ୧୧ ତାରିଖରେ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଭେଟିବା ପାଇଁ ପାଇଁ ସମୟ ମାଗିଛନ୍ତି ।

ଇ-ମେଲ୍ ସହ ପୋଷ୍ଟାଲରେ ମଧ୍ୟ ଚିଠି ଲେଖି ସମୟ ମାଗିଛନ୍ତି । ତେବେ ଚିଠି ଲେଖାଯାଇଥିବା ନେଇ ସୂଚନା ଦେଲେ ନବ ଦାସଙ୍କ ପୁଅ ବିଶାଳ ଦାସ । ୧୧ ତାରିଖରେ ଇ-ମେଲ୍ କରାଯାଇଛି ।












Click it and Unblock the Notifications