ନବ ଦାସ ହତ୍ୟା ମାମଲା ; ଆଇନ୍ ମନ୍ତ୍ରୀ କହିଲେ ଲିଖିତ ଭାବେ ଦେଲେ ସରକାର ନିଷ୍ପତ୍ତି ନେବେ

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ, ଗତକାଲି ତାଙ୍କ ଝିଅ ଦୀପାଳି ଦାସ ମୁହଁ ଖୋଲିବା ଆଉ ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଉଭୟ ବିଜେପି ଏବଂ କଂଗ୍ରେସ ନେତା ଏହାକୁ ନେଇ ମୁହଁ ଖୋଲିଥିବାବେଳେ, ନବ ଦାସ ହତ୍ୟା ଘଟଣାକୁ ନେଇ ପୁଣିଥରେ ସରଗରମ ହେଇଛି ରାଜ୍ୟ ରାଜନୀତି ।

Law Minister

କଂଗ୍ରେସର ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କହିବା କଥା, ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହଜନକ । ସେହି ସମୟରେ ସେମାନେ ବିଧାନସଭାରେ ସିବିଆଇ ତଦନ୍ତ, ନଚେତ ଜୁଡିସିଆଲ୍ ତଦନ୍ତ ଦାବି କରିଥିଲେ । ହେଲେ ସେତେବେଳର ସରକାର ଏକମତ ହେଲେ ନାହିଁ ଏବଂ ତାଙ୍କ ପରିବାର ନିରବ ରହିଲେ ବୋଲି ସେ କହିଛନ୍ତି । ଏହାସହ ଏବେ କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଉଠିବା ପରେ ଦୀପାଳିଙ୍କ ଜ୍ଞାନ ଉଦୟ ହୋଇଛି । ନବ ଦାସଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଥିବା ଓଡିଶା ବାସୀ ବି କହୁଛନ୍ତି ।

ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ , ଖାଲି ଗଣମାଧ୍ୟମ ଆଗରେ କହିଦେଲେ ହେବନି । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି, ତେବେ ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ । ଆମେ ମଧ୍ୟ ପୂର୍ବରୁ ପ୍ରଶ୍ନ ଉଠାଇଥିଲୁ, ଯିଏ ଗୁଳି କଲା ଧରାପଡିଲା କିନ୍ତୁ କାହିଁକି ମାରିଲା ପଚାରିଲେ ପୂର୍ବ ସରକାରଙ୍କ ପାଖରେ ଉତ୍ତର ନଥିଲା । କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି । ତେବେ କେସ ରି- ଓପନ କରାଯିବ କି କଣ ହେବ, ସେନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+