ନବ ଦାସ ହତ୍ୟା: ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା
ନବ ଦାସ ହତ୍ୟା: ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା। ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର । କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଡିଜିପିଙ୍କୁ ପକ୍ଷଭୁକ୍ତ ।

ନବ ଦାସ ହତ୍ୟା ମାମଲାରେ ପରିବାର ଲୋକଙ୍କ ସିବିଆଇ ତଦନ୍ତ ଦାବିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, " ଯେତେବେଳେ ଗୋଟେ ପରିବାରର କୌଣସି କ୍ଷତି ହୁଏ । ପରିବାର ସଦସ୍ୟ ଯଦି କୌଣସି ସ୍ପଷ୍ଟ ମତ ଦିଅନ୍ତି ନାହିଁ । ସେତେବେଳେ ତଦନ୍ତ ପ୍ରକ୍ରିୟା ବାଟବଣା ହୁଏ । ଆମେ ବିରୋଧୀ ଦଳରେ ଥିବା ବେଳେ ସିବିଆଇ ତଦନ୍ତ କଥା କହୁଥିଲୁ । କ୍ରାଇମବ୍ରାଞ୍ଚ ବାଟ ବୁଲେଇ ବୁଲେଇ ନେଉଛି ବୋଲି କହିଥିଲୁ । ଏଥିରୁ ସତ୍ୟ ବାହାରିବ ନାହିଁ । ଯାହା ଆମେ ସେତେବେଳେ କହୁଥିଲୁ, ତାହା ଠିକ ହେଲା । ଯିଏ ହତ୍ୟା କଲା ସେ ଧରା ପଡିଲା । ସେ ଗୁଳି କାହିଁକି କଲା ଓ ଗୁଳି କରିବା ପଛରେ ଷଡ଼ଯନ୍ତ୍ର କିଏ କରିଥିଲା ବୋଲି ଆମ ପ୍ରଶ୍ନର ଉତ୍ତର ତତ୍କାଳୀନ ବିଜେଡି ସରକାର ପାଖରେ ନଥିଲା ।"
ଆଉ ମାତ୍ର କିଛି ଦିନ ପରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ଠିକ ଏହା ପୂର୍ବରୁ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ବାପାଙ୍କ ହତ୍ୟାକାଣ୍ଡର 'ସିବିଆଇ' ତଦନ୍ତ ଦାବି କରିଛନ୍ତି । ଯାହାକୁ ନେଇ ରାଜନୀତି ଜୋରଦାର ଆରମ୍ଭ ହୋଇଛି । ଦୁଇ ବର୍ଷ ପରେ ନବ ଦାସଙ୍କ ପରିବାର ଲୋକଙ୍କର ଜ୍ଞାନ ଉଦୟ ହୋଇଛି ବୋଲି କହିଛି କଂଗ୍ରେସ ଓ ବିଜେପି । ପରିବାର ଲୋକ ଲିଖିତ ଭାବେ ଦେଲେ ସରକାର ବିଚାର କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।












Click it and Unblock the Notifications