ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ହେବ ଶୁଣାଣି
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି । ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ।
ଗତ ମାର୍ଚ୍ଚରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିବାବେଳେ ଘଟଣା ଦିନ ପୁଲିସର ବନ୍ଧୁକ ଛଡ଼ାଇଥିବା ବିଜେଡି କର୍ମୀ ସରୋଜ ସା' ଦେଇଥିବା ବୟାନ ଶ୍ରୀ ସ୍ବାଇଁଙ୍କୁ ବିବାଦ ଘେରକୁ ଟାଣି ଆଣିଥିଲା। ଗୋପାଳର ଓକିଲ ନରେଶ ନାୟକ କହିଛନ୍ତି. ସାକ୍ଷ୍ୟ ଗ୍ରହଣ ସମୟରେ ତମାମ ପ୍ରସଙ୍ଗରେ ଶ୍ରୀ ସ୍ବାଇଁଙ୍କୁ ଜେରା କରାଯାଇପାରେ ବୋଲି କହିଛନ୍ତି।

୨୦୨୩ ମସିହା ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ନବ ଦାସଙ୍କୁ ଗୁଳିମାଡ଼ କରାଯିବାବେଳେ ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବା ଦୃଶ୍ୟ ଭିଡିଓରେ ଉତ୍ତୋଳିତ ହୋଇଥିଲା। ଠିକ୍ ସେହି ସମୟରେ କିଛି ବ୍ୟକ୍ତିଙ୍କ ମୋବାଇଲ୍ରେ ଆଉ ଏକ ଦୃଶ୍ୟ ବି କଏଦ୍ ହୋଇଥିଲା।
ତତ୍କାଳୀନ ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ଓ ଅନ୍ୟ ପୁଲିସ କର୍ମଚାରୀ ଗୋପାଳର କଲର ଧରି ତାକୁ କାବୁ କରିଥିବାବେଳେ ସେହି ଭିଡ଼ ଭିତରୁ ଜଣେ ଯୁବକ ଆଉ ଏକ ବନ୍ଧୁକ ଧରି ବାହାରିବା ସହ ତାକୁ ପ୍ରଦର୍ଶନ କରି ବୁଲୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଉକ୍ତ ବନ୍ଧୁକ ସଂପର୍କରେ ପୁଲିସ ନିଜ ତଦନ୍ତ ରିପୋର୍ଟରେ କୌଣସି ତଥ୍ୟ ପ୍ରକାଶ କରିନଥିଲା। କିନ୍ତୁ ପରେ ବିଜେଡି କର୍ମୀ ସରୋଜ ସା' ନିଜେ ତତ୍କାଳୀନ ଆଇଆଇସି ଶ୍ରୀ ସ୍ବାଇଁ କାଳେ ଗୁଳିମାଡ଼ କରିବେ ସେହି ଆଶଙ୍କାରେ ତାଙ୍କ ବନ୍ଧୁକ ଛଡ଼ାଇ ନେଇଥିଲେ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ହେଲେ ବନ୍ଧୁକ ଛଡ଼ାଯିବା ଘଟଣାରେ ଶ୍ରୀ ସ୍ବାଇଁଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ବି ହୋଇନଥିଲା।
ଦ୍ବିତୀୟରେ ଗୁଳିକାଣ୍ଡ ପରେ ଗୋପାଳ ଦାସକୁ ୨ ଜଣ କନେଷ୍ଟବଳ କାବୁ କରିଥିବା ଦୃଶ୍ୟ ଭିଡିଓରେ ଦେଖା ଯାଉଥିବାବେଳେ କିଭଳି ଗୋପାଳର ଗୁଳିରେ ଆଇଆଇସିଙ୍କ ଆଙ୍ଗୁଠି ଖଣ୍ଡିଆ ହେଲା ତାହା ମଧ୍ୟ ରହସ୍ୟାବୃତ୍ତ ହୋଇ ରହିଯାଇଛି। ତୃତୀୟରେ ନବ ଦାସ ହତ୍ୟା ମାମଲାରେ ଏସ୍ଏଫ୍ଏସ୍ଏଲ୍ ରିପୋର୍ଟ ସାମନାକୁ ଆସିବା ପରେ ଦ୍ବିତୀୟ କାର୍ରେ ହୋଇଥିବା ଗୁଳିମାଡ଼ ଘଟଣା ଲୋକଲୋଚନକୁ ଆସିଥିଲା। କିନ୍ତୁ ତତ୍କାଳୀନ ବ୍ରଜରାଜନଗର ଥାନାଧିକାରୀ ଶ୍ରୀ ସ୍ବାଇଁ ସାଦାକାଗଜରେ ଦେଇଥିବା ଏଫ୍ଆଇଆର୍ରେ ଏ ସଂକ୍ରାନ୍ତରେ କୌଣସି ସୂଚନା ପ୍ରଦାନ କରିନଥିଲେ। ଚତୁର୍ଥରେ କୌଣସି ମାମଲାରେ ଅଭିଯୋଗକାରୀ ନ ଥିଲେ ବା ଏତଲା ଦେବା ଅବସ୍ଥାରେ ନଥିଲେ ପୁଲିସ ନିଜ ଆଡ଼ୁ ସାଦାକାଗଜରେ ଏଫ୍ଆଇଆର୍ କରିଥାଏ। ମାତ୍ର ଏହି ଘଟଣାରେ ନବ ଦାସଙ୍କ ପରିବାର ଲୋକ, ତାଙ୍କ ସହକର୍ମୀ ଉପସ୍ଥିତ ଥାଇ ମଧ୍ୟ ତତ୍କାଳୀନ ଆଇଆଇସି ଶ୍ରୀ ସ୍ବାଇଁ କାହିଁକି ନିଜ ଆଡ଼ୁ ସାଦାକାଗଜରେ ଏଫ୍ଆଇଆର୍ କରିଥିଲେ ଓ ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କଠାରୁ ବି ଏତଲା ନିଆଯାଇନଥିଲା ତାହାର ଉତ୍ତର ବି ଆଜିଯାଏଁ ରହସ୍ୟାବୃତ୍ତ ହୋଇରହିଛି।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications