ନବ ଦାସ ହତ୍ୟାକାଣ୍ଡ ମାମଲା: ଆଜି ହୋଇପାରେ ଗୋପାଳକୁ ଜେରା
Odisha News: ନବ ଦାସ ହତ୍ୟାକାଣ୍ଡ ମାମଲାକୁ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଗତକାଲି କ୍ରାଇମ ସ୍ପଷ୍ଟ ଏବଂ ପରେ ଡାକ୍ତରଖାନାରେ ଯାଇ ପଚରାଉଚରା କରିଥିଲା ଟିମ୍ । ଏହି ଘଟଣାରେ ମୁଖ୍ୟ ଚିକିତ୍ସାଳୟରେ ଟିମ୍ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡୋଳାମଣି ପଟେଲଙ୍କ ସମେତେ ଏକାଧିକ ଡାକ୍ତର ଓ କର୍ମଚାରୀଙ୍କ ବୟାନ ରେକର୍ଡ କରିଛନ୍ତି । ସେହିପରି ଆଜି ଏହି ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ଗୋପାଳକୁ ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ ।
ସେହିପରି ମଙ୍ଗଳବାର ଦିନ ନବଦାସଙ୍କ ପତ୍ନୀ, ତାଙ୍କ ଝିଅ ଦୀପାଳି ଓ ପୁଣ ବିଶାଳ ଦାସଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା ସମସ୍ତଙ୍କ ବୟାନ ରେକର୍ଡ କରାଯାଇଛି । ସେହିପରି ପୁରା ପରିବାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ ।

ଆଜି ଏହି ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ଗୋପାଳକୁ ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ୨୦୨୩ ମସିହା ଫେବ୍ରୁଆରୀ ମାସରେ ଗୋପାଳ ଦାସ କ୍ରାଇମବ୍ରାଞ୍ଚ୍ ଆଗରେ ଲିଖିତ ବୟାନ ଦେଇଥିଲା । ଯେଉଁଥିରେ ସେ ନବ ଦାସଙ୍କୁ କେଉଁ କାରଣ ପାଇଁ ହତ୍ୟା କଲେ ସେନେଇ ଲିଖିତ ବୟାନ ଦେଇଥିଲେ । ଗୋପଳ ନିଜ ଲିଖିତ ବୟାନରେ କିଥିଲେ ଯେ, ସେ ନବ ଦାସଙ୍କୁ ମାରିନଥିଲେ ସେ ମୋତେ ମାରି ଦେଇଥାନ୍ତା । ନିଜକୁ ବଞ୍ଚାଇବା ପାଇଁ ନି ଗୁଳିକରି ମାରିଦେଇଛି ବୋଲି କହିଥିଲା ଗୋପାଳ ।












Click it and Unblock the Notifications