ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପ୍ରଥମଥର ମୁହଁ ଖୋଲିଲେ ଝିଅ ଦୀପାଳି
କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବା ପରେ ସେ କିମ୍ବା ତାଙ୍କ ପରିବାର କୌଣସି ପ୍ରତିକ୍ରିୟା ରଖିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୀପାଳି କହିଛନ୍ତି ।

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଲେ ଝିଅ ଦୀପାଳି ଦାସ । କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବା ପରେ ସେ କିମ୍ବା ତାଙ୍କ ପରିବାର କୌଣସି ପ୍ରତିକ୍ରିୟା ରଖିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୀପାଳି କହିଛନ୍ତି ।
କହିରଖୁ କି, ହତ୍ୟାକାଣ୍ଡକୁ ୧୮ ଦିନ ବିତି ଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଏଯାଏଁ ହତ୍ୟା ପଛର କାରଣ ଖୋଜି ପାଇନି । ସେପଟେ ନବଙ୍କ ପରିବାର ଲୋକେ ମଧ୍ୟ ତଦନ୍ତକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତେବେ ଆଜି ପ୍ରଥମଥର ପାଇଁ ନବଙ୍କ ଝିଅ ଦୀପାଳି କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ଏବେ ତାଙ୍କ କାମ କରୁଛି । କ୍ରାଇବ୍ରାଞ୍ଚ ଚୂଡ଼ାନ୍ତ ରିପୋର୍ଟ ଦେଲା ପରେ କିଛି କହିପାରିବୁ। କ୍ରାଇମବ୍ରାଞ୍ଚର ଚୂଡ଼ାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ। ଫାଇନାଲ ରିପୋର୍ଟ ମିଳିଲା ପରେ ଆମେ କିଛି କହିପାରିବୁ ବୋଲି ସେ ପ୍ରକାଶ କରିଛନ୍ତି।
ସେହିପରି ବିରୋଧୀଙ୍କ ସିବିଆଇ ତଦନ୍ତ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିପାଳୀ । ନବ ଦାସଙ୍କୁ ସମସ୍ତେ ଭଲ ପାଉଥିଲେ । ତେଣୁ ହତ୍ୟାର କାରଣ ଜାଣିବା ପାଇଁ ସମସ୍ତେ ଚାହୁଁଛନ୍ତି ଓ ସେହି ଅନୁସାରେ ନିଜ ନିଜର ମତ ରଖୁଛନ୍ତି ବୋଲି ଦିପାଳୀ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଟ୍ରଷ୍ଟ ନରସିଂହ-ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ପକ୍ଷରୁ ନୂତନ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି ଦିପାଳୀ । ନବ ଦାସ ହତ୍ୟାକାଣ୍ଡର ଦୀର୍ଘଦିନ ପରେ ସେ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।












Click it and Unblock the Notifications