ନବ ଦାସ ହତ୍ୟା ମାମଲା; ୫ ଦିନର ମାରାଥନ ଛାନଭିନ୍ ପରେ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍
ଝାରସୁଗୁଡ଼ାରେ ୫ ଦିନର ତନାଘନା ପରେ ଝାରସୁଗୁଡା ଛାଡିଲା କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ୫ ଦିନର ତନାଘନା ମଧ୍ୟରେ ୧୫ରୁ ଅଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଅନେକ ତଥ୍ୟ ହାସଲ କରିଛି ଓ ତାକୁ କୋର୍ଟରେ ଉପସ୍ଥାପନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକ କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ କ୍ରାଇମବ୍ରାଞ୍ଚ ସନ୍ତୁଷ୍ଟ ଥିବାବେଳେ ଆଗକୁ ଆଉ ଆବଶ୍ୟକ ହେଲେ ପୁଣି ଏହି ଟିମ୍ ଝାରସୁଗୁଡା ଆସିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।












Click it and Unblock the Notifications