ନବ ଦାସ ହତ୍ୟା ମାମଲା: କ୍ରାଇମ୍ସ୍ପଟରେ କ୍ରାଇମ୍ବ୍ରାଞ୍ଚ୍
Naba Das Murder Case: ନବ ଦାସ ହତ୍ୟା ମାମଲା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଟିମର ତନାଘନା । ଆଜି କ୍ରାଇମସିନେ ପହଞ୍ଚି ଯାଞ୍ଚ କରିଛନ୍ତି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତ ଅଧିକାରୀ । ସେହିପରି ଝାରସୁଗୁ଼ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ପହଞ୍ଚିଥିଲା କ୍ରାଇମ୍ବ୍ରାଞ୍ଚ୍ । ଯେଉଁଠି ନବଦାସଙ୍କ ହତ୍ୟା ମାମଲାକୁ ନେଇ ଡାକ୍ତକଙ୍କୁ ପଚରାଉଚରା କରାଯାଇଥଲା । ପୂର୍ବତନ ସିଡିଏମ୍ ଓ ଡୋଳାନଣି ପଟେଲଙ୍କ ବୟାନ ରେକର୍ଡ କରାଯାଇଛି । ଭୁବନେଶ୍ୱର ଏୟାରଲିଫ୍ଟକୁ ନେଇ ମଧ୍ୟ ପଚରାଉଚରା କରାଯାଇଥିଲା ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ନବ ଦାସଙ୍କ ପତ୍ନୀ, ଝିଅ ଏବଂ ପୁଅ । ଏହା ପୂର୍ବରୁ ମଙ୍ଗଳବାର ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେହିପରି ଗତକାଲି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପଚରାଉଚରା କରିଛି କ୍ରାଇମ୍ବ୍ରାଞ୍ଚ୍ ଟିମ୍ ।












Click it and Unblock the Notifications