ଆଜି ଗୋପାଳର ହେବ ନାର୍କୋ ଟେଷ୍ଟ
ସ୍ବାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଗୁଜୁରାଟ ଅହମ୍ମଦାବାଦ ଫରେନ୍ସିକ ସାଇନ୍ସ ଲାବୋରେଟୋରି ରେ ଅଭିଯୁକ୍ତ ଗୋପାଳ ଦାସର ଆଜି ହେବ ନାର୍କୋ ଟେଷ୍ଟ । ଗତକାଲି ଗୋପାଳର ପଲିଗ୍ରାଫ ଟେଷ୍ଟ କରାଯାଇଥିବା ବେଳେ ଆଜି ନାର୍କୋ ଟେଷ୍ଟ କରାଯିବ ।

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଗୁଜୁରାଟ ଅହମ୍ମଦାବାଦ ଫରେନ୍ସିକ ସାଇନ୍ସ ଲାବୋରେଟୋରି ରେ ଅଭିଯୁକ୍ତ ଗୋପାଳ ଦାସର ଆଜି ହେବ ନାର୍କୋ ଟେଷ୍ଟ । ଗତକାଲି ଗୋପାଳର ପଲିଗ୍ରାଫ ଟେଷ୍ଟ କରାଯାଇଥିବା ବେଳେ ଆଜି ନାର୍କୋ ଟେଷ୍ଟ କରାଯିବ । ସ୍ବାସ୍ଥ୍ୟ ପରୀକ୍ଷା ପରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ । ଏଥିପାଇଁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଟିମ୍ ଗୋପାଳକୁ ନେଇ ଗୁଜରାଟ ଯାଇଛି ।
ଟେଷ୍ଟରୁ ମିଳିଥିବା ତଥ୍ୟ ଏବଂ କ୍ରାଇମ ସିନ୍ ରିକ୍ରିଏସନ୍ରୁ ମିଳିଥିବା ତଥ୍ୟକୁ ନେଇ ଅନୁଧ୍ୟାନ କରାଯାଇଛି । ଗୋପାଳ ଏବଂ ତାଙ୍କ ପରିବାର ଲୋକଙ୍କ ଆର୍ଥିକ କାରବାର ଯାଞ୍ଚ ଶେଷ ହୋଇଛି । ଏପର୍ଯ୍ୟନ୍ତ ସଂଗୃହିତ ହୋଇଥିବା ତଥ୍ୟ ପ୍ରମାଣ ଯାଞ୍ଚ କାର୍ଯ୍ୟ ଶେଷ ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ଝାରସୁଗୁଡ଼ାରେ ଗୋପାଳର LVA ଟେଷ୍ଟ କରାଯାଇଛି। ମନସ୍ତତ୍ୱବିତଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ମେଡିକାଲ କମିଟି ଅଭିଯୁକ୍ତର ମାନସିକ ସ୍ଥିତି ଅନୁଧ୍ୟାନ କରିଥିଲା। LVA ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି ।












Click it and Unblock the Notifications