ଗୋପାଳର ମାନସିକ ରୋଗକୁ ଅଣଦେଖା କରାଯାଉଥିଲା

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳ ଦାସ ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଛୁ଼ଟି ଦରଖାସ୍ତ ଦେଇଥିଲା । ଦରଖାସ୍ତ ଆବେଦନ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ ବି ଗୁନ୍ଥିଥିଲା ।

Naba Das Murder Case

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳ ଦାସ ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଛୁ଼ଟି ଦରଖାସ୍ତ ଦେଇଥିଲା । ଦରଖାସ୍ତ ଆବେଦନ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ ବି ଗୁନ୍ଥିଥିଲା। କିନ୍ତୁ ସେତେବେଳର ଝାରସୁଗୁ଼ଡା ଏସପି ଏହାକୁ ଅଣଦେଖା କରିଥିଲେ ।

ଗତ ୪ ରୁ ୫ ବର୍ଷ ଭିତରେ ବାଇପାଲାର ଅସ୍ଥିରତାରେ ପୀଡିତ ଥିଲା ଗୋପାଳ । ଏଥିସହ ସର୍ଭିସ ରିଭରଭଲ ବା ବନ୍ଧୁକ ପ୍ରତ୍ୟାହାର କରି ନଥିବା ଜଣାପଡ଼ିଛି । ତେବେ ୫ ବର୍ଷ ପୂର୍ବରୁ ଗୋପାଳ ମାନସିକ ରୋଗରେ ପୀଡିତ ଥିଲା ଓ ପୋଲିସ ବିଭାଗ ଜାଣିଥିଲା । ତଥାପି କାହିଁକି ୨୦୧୩ରୁ ଏଏସ୍ଆଇ ଗୋପାଳ ଦାସଙ୍କ ଠାରୁ ବନ୍ଧୁକ ନିଆଯାଇ ନଥିଲା ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳର ଛୁଟି ଦରଖାସ୍ତ ସହିତ ବିଭିନ୍ନ ମେଡିକାଲ ପ୍ରେସକ୍ରିପସନ ଜବତ କରିଛି । ଜଣେ ପୋଲିସ ଅଧିକାରୀ ନାମ ଗୋପନ ରଖି ଏହି ସୂଚନା ଦେଇଥିବା ସଂପୃକ୍ତ ଗଣମାଧ୍ୟମ କହିଛି ।

ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ କୋର୍ଟରୁ ଝଟକା ଲାଗିଛି । ଏଏସଆଇ ଗୋପାଳର ମାନସିକ ରୋଗ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ଲୋଡ଼ିଥିବା ଅନୁମତିକୁ ଖାରଜ କରି ଦେଇଛନ୍ତି ଝାରସୁଗୁଡ଼ାର ଜେଏମଏଫସି-୧ କୋର୍ଟ । ତେବେ ପ୍ରଥମଥର ପାଇଁ କ୍ରାଇମବ୍ରାଞ୍ଚ ତାର ପ୍ରେସ ରିଲିଜରେ ଗୋପାଳର ମାନସିକ ରୋଗ ଥିବା କଥା ସୂଚନା ଦେଇଛି ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତିରେ ଉଲ୍ଲେଖ କରାଯାଇଛି ଯେ ଗୋପାଳର ଲମ୍ବା ମାନସିକ ସମସ୍ୟା ରେଡର୍କ ଥିବାରୁ ସେ ସଂପର୍କରେ ଛାନଭିନ୍ କରିବା ପାଇଁ ଏକ ଚାରି ଜଣିଆ କମିଟି ଗଠନ ହୋଇଥିଲା। କଟକର ଏସସିବି ମେଡିକାଲ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୪ ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ଗଠନ କରାଯାଇଥିଲା। ଏହି ବୋର୍ଡ ଝାରସୁଗୁଡା ଯାଇ ଗୋପାଳର ବିଭିନ୍ନ ପରୀକ୍ଷାନିରୀକ୍ଷା କରିଥିଲେ। କିନ୍ତୁ ଏହି ମେଡିକାଲ ବୋର୍ଡ ଗୋପାଳର ମାନସିକ ସମସ୍ୟାକୁ ନେଇ କୌଣସି ଚୂଡାନ୍ତ ଅଥବା ସ୍ପଷ୍ଟ ନିଷ୍କର୍ସରେ ପହଞ୍ଚି ପାରି ନଥିଲା। ଫଳରେ ଏହି ବୋର୍ଡର ପରାମର୍ଶ ଅନୁଯାୟୀ ଗୋପାଳର ମାନସିକ ସମସ୍ୟା ସଂପର୍କିତ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତାକୁ ବେଙ୍ଗାଲୁରୁ ନିମହାନ୍‌ସ ନେବା ପାଇଁ ଅନୁମତି ଦେବାକୁ କ୍ରାଇମବ୍ରାଞ୍ଚ ଅଦାଲତରେ ଆବେଦନ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+