ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନରେ ନବଙ୍କ ପରିବାର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନରେ ପହଞ୍ଚିଲେ ନବ ଦାସଙ୍କ ପରିବାର । ପୂର୍ବରୁ ସାକ୍ଷାତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ କରିଥିଲେ ନବ ଦାସଙ୍କ ପତ୍ନୀ ମୀନତି ଦାସ । ଏହା ସହ ଡାକ ଜରିଆରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିଲେ । ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଏବେ ନୂଆ ମୋଡ଼ ନେବାକୁ ଯାଉଛି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପରିବାର । ଏହି ଅବସରରେ ପୂର୍ବତନ ବିଧାୟକ ତଥା ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ହତ୍ୟା ମାମଲାର ଦୁଇ ବର୍ଷ ପରେ ନବ ଦାସଙ୍କ ପରିବାର ଲୋକେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବାରୁ ଘଟଣାର ତଦନ୍ତ ନେଇ ରାଜ୍ୟବାସୀ ଅନେକ ଆଶା ରଖିଛନ୍ତି।

lokseva bhawan

ଆଜି ଯାଏଁ ବି ସନ୍ଦେହ ଘେରରେ ରହିଛି ନବ ଦାସ ହତ୍ୟା ମାମଲା । ସାମ୍ନାକୁ ଆସୁଛି ନୂଆ ନୂଆ ଦ୍ୱନ୍ଦ୍ୱ । ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା, ଏହା ପଛରେ କ'ଣ କାରଣ ରହିଛି ତଦନ୍ତରୁ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ସନ୍ଦେହ ବି ବଢୁଛି । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବାକୁ ଲୋକସେବା ଭବନରେ ପହଞ୍ଚିଛନ୍ତି ନବ ଦାସଙ୍କ ପରିବାର । ଯାହାକୁ ନେଇ ଚର୍ଚ୍ଚା ବଢିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+