କୁଆଡେ ଗଲେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପରିବାର ?

ଗୋପାଳଙ୍କ ଘରେ ତାଲା । କୁଆଡେ ଗଲେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପରିବାର ଲେକେ ? ଗତକାଲି ସଂଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଗୋପାଳ ଦାସଙ୍କ ପରିବାର ଲେକେ ବର୍ଗ କେଉଁଆଡ଼େ ଚାଲି ଯାଇଥିବା ସୂତ୍ରରୁ ସୂଚନା ମିଳିଛି ।

ବ୍ରହ୍ମପୁର: ଗୋପାଳଙ୍କ ଘରେ ତାଲା । କୁଆଡେ ଗଲେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପରିବାର ଲେକେ ? ଗତକାଲି ସଂଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଗୋପାଳ ଦାସଙ୍କ ପରିବାର ଲେକେ ବର୍ଗ କେଉଁଆଡ଼େ ଚାଲି ଯାଇଥିବା ସୂତ୍ରରୁ ସୂଚନା ମିଳିଛି । ତାଙ୍କ ଘର ଗେଟ୍ ରେ ଏକ ତାଲା ପଡ଼ିଛି । ନାମଫଳକ ମଧ୍ୟ କାଢ଼ି ଦିଆଯାଇଛି। ସେମାନେ କୁଆଡ଼େ ଏବଂ କାହିଁକି ଗଲେ, ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 Naba Das Death Case

ସୂଚନାଥାଉ କି, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ନିଜ ରିଭଲଭରରୁ ଗୁଳି ମାରିଥିବା ପୋଲିସ୍‌ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ଘର ବ୍ରହ୍ମପୁର ସହର ଆଙ୍କୁଲିରେ । ସେ କନଷ୍ଟେବଳ ଭାବେ ପ୍ରଥମେ ନିଯୁକ୍ତି ପାଇଥିଲେ । ତା' ପରେ ପଦୋନ୍ନତି ପାଇ ସେ ଏଏସ୍‌ଆଇ ହୋଇଥିଲେ । ଏହି ପଦୋନ୍ନତି ପରେ ସେ ଝାରସୁଗୁଡ଼ା ଜିଲ୍ଲାରେ ଯୋଗଦାନ କରିଥିଲେ। ସେ ଏବେ ବ୍ରଜରାଜନଗର ଥାନା ଅଧିନ ଗାନ୍ଧୀଛକ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ ସେ ବନହରପାଲି ଥାନା, ବେଲ୍‌ପାହାଡ ଥାନା ଆଦିରେ କାର୍ଯ୍ୟ କରିଥିବା ଜଣାପଡିଛି ।

ତେବେ ପ୍ରଥମେ ମନ୍ତ୍ରୀଙ୍କ ଉପରେ ଗୋପାଳ ଗୁଳି ଚଳାଇଥିବା ଖବର ଆସିବା ପରେ ତାଙ୍କ ଘର ସମ୍ମୁଖରେ ଲୋକଙ୍କ ଗହଳି ଲାଗିଥିଲା। ଗୋପାଳଙ୍କ ପତ୍ନୀ ଜୟନ୍ତୀ ଏବଂ ତାଙ୍କ ପୁଅଙ୍କ ଠାରୁ ଗଣମାଧ୍ୟମ ପ୍ରତିନିଧିମାନେ ମତାମତ ନେଇଥିଲେ। ଏହା ପରେ ସେମାନେ କେଉଁଆଡେ ଗାୟଏ ହୋଇ ଯାଇଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+