ନବ ଦାସଙ୍କ ହତ୍ୟା ମାମଲା:ହତ୍ୟା ଉଦ୍ଦେଶ୍ୟରେ ଫେୟାରିଂ କରିଥିଲେ ଏଏସଆଇ ଗୋପାଳ

ନବ ଦାସଙ୍କ ହତ୍ୟା ମାମଲା:ହତ୍ୟା ଉଦ୍ଦେଶ୍ୟରେ ଫେୟାରିଂ କରିଥିଲେ ଗୋପାଳ

NABA DAS

ଝାରସୁଗୁଡ଼ା:ନବ ଦାସଙ୍କ ହତ୍ୟା ମାମଲା । ହତ୍ୟା ଉଦ୍ଦେଶ୍ୟରେ ଫେୟାରିଂ କରିଥିଲେ ଏଏସଆଇ ଗୋପାଳ କୃଷ୍ଣ । ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଦେଲେ ଏତଲା ।

ଆଇଆଇସିଙ୍କ ଏତଲା ଅନୁସାରେ, ଗତକାଲି ମନ୍ତ୍ରୀ ଆସିବାର ଥିବାରୁ ଟ୍ରାଫିସ୍ କ୍ଲିୟରାନ୍ସ ଦାଇତ୍ୱରେ ଥିଲେ ଏଏସଆଇ ଗୋପାଳ । ଯେଉଁ ଆଳରେ ସେ ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ପାଖକୁ ପଳାଇଥିଲେ ଏବଂ ନିଜ ସର୍ଭିସ ବନ୍ଧୁକ ଜରିଆରେ ଅତି ନିକଟରୁ ଫାୟାରିଂ କରିଥିଲେ । ଗତକାଲି ପ୍ରାୟ ୧୨.୧୫ ମିନିଟରେ ନବ କିଶୋର ଦାସଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଗୋପାଳ । ଗୁଳି ସିଧା ନବ କିଶୋର ଦାସଙ୍କ ଛାତିରେ ବାଜିବା କାରଣରୁ ସେ ଡଳି ପଡିଥିଲେ ଏବଂ ପ୍ରବଳ ରକ୍ତସ୍ରାବ ହୋଇଥିଲା ।

ସେହିପିର ଗୋପାଳ ଆଉ ଦୁଇ ରାଇଣ୍ତ ଗୁଳି ମଧ୍ୟ ଚଳାଇଥିଲେ ଯେଉଁଥିରେ ଜୀବନଲାଲ ନାୟକ ନାମକ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି ଏହା ଏସ ଆଉ ଏକ ଗୁଳି ଆଇଆଇସି ପ୍ରମୋଦ ସ୍ୱାଇଁଙ୍କ ଆଙ୍ଗୁଳିରେ ବାଜି ଥିବା କଥା ମଧ୍ୟ FIRରେ ଉଲ୍ଲେଖ କରାଯାଇଛି । ତେବେ ଘଟଣାର ତୁରନ୍ତ ପରେ ଗୋପାଳଙ୍କୁ କାବୁ କରାଯାଇ ଗିରଫ କରାଯାଇଥିଲା । ବର୍ତ୍ତମାନ ତାଙ୍କର ଜେରା ଜାରି ରହିଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତାଙ୍କୁ ଜେରା କରାଯାଉଛି । ଗତକାଲି ରାତିରେ ପାଖାପାଖି ୨ ଘଣ୍ଟା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରା ଗୋପାଳ ଦାସଙ୍କୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ ପଚାରି ଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+