Get Updates
Get notified of breaking news, exclusive insights, and must-see stories!

ଚାକିରିରୁ ବିଦା ହେଲେ ଗୋପାଳ ଦାସ, ଗିରଫ ପରେ ରାମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଚାକିରିରୁ ବହିଷ୍କୃତ ହୋଇଛନ୍ତି ନବ ଦାସଙ୍କୁ ଗୁଳି କରିଥିବା ଏଏସଆଇ ଗୋପାଳକୃଷ୍ଣ ଦାସ । ଗୋପାଳକୃଷ୍ଣଙ୍କୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ଧାରା ୩୧୧ ଅନୁସାରେ ଗୋପାଳକୁ ଚାକିରିରୁ ବହିଷ୍କାର କରାଯାଇଛି ।

ଝାରସୁଗୁଡା: ଚାକିରିରୁ ବହିଷ୍କୃତ ହୋଇଛନ୍ତି ନବ ଦାସଙ୍କୁ ଗୁଳି କରିଥିବା ଏଏସଆଇ ଗୋପାଳକୃଷ୍ଣ ଦାସ । ଗୋପାଳକୃଷ୍ଣଙ୍କୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ଧାରା ୩୧୧ ଅନୁସାରେ ଗୋପାଳକୁ ଚାକିରିରୁ ବହିଷ୍କାର କରାଯାଇଛି । ଗାନ୍ଧିଛକ ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟରତ ଥିଲେ ଗୋପାଳ ।

 Naba Das Death Case

ସେପଟେ ଆଜି ଗୋପାଳଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସେ କହିଛନ୍ତି ଗୋପାଳ ଦାସଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡ ଘଟିଥିବା ଘଟଣା ସ୍ଥଳକୁ ଯାଇ ଏକ୍ସପର୍ଟ ଟିମ୍‌ ଯାଞ୍ଚ କରିଛି । ଏବେ ଅଭିଯୁକ୍ତ ଗୋପାଳକୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ । ସେ କାହିଁକି ଗୁଳି କଲେ ସେନେଇ ତଦନ୍ତ କରାଯିବ । ନବ ଦାସଙ୍କ ସହ ଗୋପାଳଙ୍କର କୌଣସି ପୂର୍ବ ଶତ୍ରୁତା ଥିଲା କି ନାହିଁ ସେଦିଗରେ ମଧ୍ୟ ତଦନ୍ତ କରାଯାଉଛି । ଶେଷରେ ଅରୂଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।

ଉଲ୍ଲେଖଥାଉ କି, ଗତକାଲି ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳିମାଡ଼ରେ ନିହତ ହୋଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ଗୁଳିମାଡ଼ ତାଙ୍କୁ ଗୁଳିମାଡ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଅବସ୍ଥା ଅଧିକ ବିଗିଢିବାରୁ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ସମୟ ତାଙ୍କ ଚିକିତ୍ସା କରାଯିବା ପରେ ଶେଷରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+