ନବ ଦାସ ହତ୍ୟା ତଦନ୍ତ ନେଇ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା, କହିଦେଲେ ଏମିତି

ପୁଣି ଖୋଲିବ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ପେଡ଼ି । ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ ନେଇ ନିଦେ୍ର୍ଦଶ ଆସିବା ପରେ ଝିଅ ଦୀପାଳି ଦାସ ତାଙ୍କର ପ୍ରତିକ୍ରି୍ରୟା ଦେଇଛନ୍ତି । ଦୀପାଳି କହିଛନ୍ତି, ହତ୍ୟାର ସିବିଆଇ ତଦନ୍ତ କରାଯାଉ । ଆମ ଷ୍ଟେଟମେଣ୍ଟ ଆଧାରରେ ତଦନ୍ତ ଆଗକୁ ଯିବ ବୋଲି ଆମର ଆଶା । ସବୁଆଡୁ ହତାଶ ହେବା ପରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଡାଇରେକ୍ଟ ଭେଟିବା ପାଇଁ ଚିଠି ଲେଖିସାରିଛୁ । ଆମର ପୂରା ଭରସା ଅଛି ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତକୁ ଆଗକୁ ନେବେ । ଅନ୍ୟପକ୍ଷରେ ଲେଟର ପ୍ରସ୍ତୁତ ସରିଛି ମୁଖ୍ୟମନ୍ତ୍ରୀ ଯେବେ ଡାକିବେ ସେବେ ଯିବୁ ବୋଲି କହିଛନ୍ତି ପୁଅ ବିଶାଲ ।

deepali das

ସୂଚନାନୂସାରେ, ମଙ୍ଗଳବାର ସକାଳେ ଅତିରିକ୍ତ ଏସପିଙ୍କ ନିର୍ଦ୍ଦେଶରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ସ୍ୱର୍ଗତ ନବ ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ଘରେ ପହଞ୍ଚିଥିଲେ। ନବଙ୍କ ହତ୍ୟା ନେଇ ପୁଅ ବିଶାଲ ଓ ଝିଅ ଦୀପାଳିଙ୍କ ବୟାନ ରେକର୍ଡ କରିଥିଲେ।

ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା। ହେଲେ ହାଜର ନହୋଇ ଘରେ ବୟାନ ରେକର୍ଡ ପାଇଁ ସମୟ ମାଗିଥିଲେ ପୁଅ-ଝିଅ। ତେଣୁ ଏବେ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ବାସଭବନରେ ପହଞ୍ଚି ବୟାନ ରେକର୍ଡ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+