ପ୍ରୟାଗରାଜରେ ନବ ଦାସଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବିଶାଳ

ଦଶାହ କ୍ରିୟାକର୍ମ ପୂର୍ବରୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବିଶାଳ ଦାସ । ଆଜି ତ୍ରୀବେଣୀ ସଙ୍ଗମରେ ବୁଡ ପକାଇ ପିତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କଲେ ପୁଅ ବିଶାଳ ।

naba das
ଭୁବନେଶ୍ୱର:ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏହାରି ମଧ୍ୟରେ ବିତିଯାଇଛି ୧୦ ଦିନ । ଦଶାହ କ୍ରିୟାକର୍ମ ପୂର୍ବରୁ ପ୍ରୟାଗରାଜର ତ୍ରୀବେଣି ସଙ୍ଗମରେ ଦିବଙ୍ଗତ ମନ୍ତ୍ରୀଙ୍କର ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବିଶାଳ ଦାସ । ଆଜି ତ୍ରୀବେଣି ସଙ୍ଗମରେ ବୁଡ ପକାଇ ପିତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କଲେ ପୁଅ ବିଶାଳ । ମାନ୍ୟତା ରହିଛି ଯେ, ତ୍ରୀବେଣି ସଙ୍ଗମରେ ଅସ୍ଥି ବିସର୍ଜନ କଲେ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଖବର ଅନୁସାରେ, ପୁଅ ବିଶାଳ ଦାସ ଦୁଇ ଦିନ ପୂର୍ବରୁ ହିଁ ପ୍ରୟାଗରାଜରେ ପହଁଚି ନିତି ନିୟମ ଅନୁସାରେ ପିତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ।

ନବ ଦାସଙ୍କ ହତ୍ୟାକୁ ୧୦ ଦିନ ହେଲା

ଅନ୍ୟପକ୍ଷରେ, ହତ୍ୟାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟା ପଛର ପ୍ରକୃତ କାରଣ ଖୋଜିପାରୁ ନାହିଁ କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ହତ୍ୟାକୁ ନେଇ ବିରୋଧି ଦଳ ବିଭିନ୍ନ ପ୍ରଶ୍ନ ଉଠାଉଛି ହେଲେ । ଠିକ୍ ଭାବେ ତଦନ୍ତ ହେଉ ନାହିଁ ବୋଲି ମଧ୍ୟ ଦାବି କରାଯାଉଛି । ମନ୍ତ୍ରୀଙ୍କ ହତ୍ୟା ପଛରେ ରାଜନୈତିକ ଏବଂ ବ୍ୟବସାୟିକ ଉଦ୍ଦେଶ୍ୟ ଥାଇପାରେ ବୋଲି ବିରୋଧି ଦାବି କରୁଛି ।

ରାଜ୍ୟ ପୋଲିସକୁ ବିରୋଧିଙ୍କ ଟାର୍ଗେଟ୍
ଏହି ଘଟଣାକୁ ନେଇ ନିକଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଥିଲେ, ଓଡ଼ିଶା ପୋଲିସ ଆଈ ମାଆ କାହାଣୀ ଶୁଣାଉଛି । ଦୈନିକ ନୂଆ ନୂଆ କାହାଣୀ ଶୁଣାଉଛି ପୋଲିସ, ଓଡ଼ିଶା ପୋଲିସ ନାଁରେ ଅଭିଯୋଗ ଅଛି ତେଣୁ ସିବିଆଇ ଏହି ମାମଲାର ତଦନ୍ତ କରିବା ଉଚିତ୍' ।

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ
ସୂଚନାଥାଉ ଯେ, ଜେରା ବେଳେ ଗୋପାଳ କ୍ରାଇମବ୍ରାଞ୍ଚକୁ କିଛି ତଥ୍ୟ ଦେଇଥିବା କୁହାଯାଉଛି । କ୍ରାଇମବ୍ରାଞ୍ଚକୁ ଗୋପାଳ କୁଆଡେ ଜେରା ବେଳେ କହିଛି ଯେ, 'ରାଜ୍ୟ ସରକାର ଭଲ କାମ କରୁଛନ୍ତି । କିନ୍ତୁ କିଛି ନେତା ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏହି ନେତାମାନେ ଲୋକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଦୁଃଖ ଦେଉଛନ୍ତି । ଆଉ ଭୟଭୀତ କରି ରଖିବାକୁ ନିର୍ଯାତନା ଦେଉଛନ୍ତି । ଏହି ନେତାଙ୍କ ମଧ୍ୟରେ ଜଣେ ଥିଲେ ମନ୍ତ୍ରୀ ନବ । ତେଣୁ ନବ ଦାସଙ୍କୁ ମାରି ଦେଲି'।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+