ନବ ଦାସଙ୍କ ହତ୍ୟା ମାମଲା: ଆଜି ଝାରସୁଗୁଡାରେ ପହିଁଚିଛନ୍ତି ଜଷ୍ଟିସ୍ ଜେପି ଦାସ
ଆଜି ଝାରସୁଗୁଡାରେ ପହିଁଚିଛନ୍ତି ଜଷ୍ଟିସ୍ ଜେପି ଦାସ । ଆସନ୍ତାକାଲି ଘଟଣାସ୍ଥାଳ ପରିଦର୍ଶନ କରି ମାମଲାର ତଦନ୍ତ କରିପାରନ୍ତି ।

ସେହିପରି ଝାରସୁଗୁଡ଼ା ଯିବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜେପି ଦାସ କହିଛନ୍ତି ଯେ, ହାଇକୋର୍ଟ ପ୍ରୋସିଜିଓର ଅନୁସାରେ ହିଁ ତଦନ୍ତ କରାଯାଉଛି ଏବଂ ଏହି ମାମଲାର ତଦନ୍ତ ସଠିକ୍ ଭାବେ ହେଉଛି କି ନାହିଁ ଜାଣିବା ପାଇଁ ଆବଶ୍ୟକ ପଡିଲେ ଘଟଣାସ୍ଥଳକୁ ମଧ୍ୟ ସେ ଯିବେ ।
ଅନ୍ୟପକ୍ଷରେ ଗୋପାଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରାଇଲା ପୋଲିସ । କିଭଳି ଓ କେମିତି ଅତି ପାଖରୁ ନବ ଦାସଙ୍କୁ ଗୁଳି କଲା ଦେଖାଇଲା ଗୋପାଳ । କେମିତି କଲା ଟାର୍ଗେଟ ଆଉ ବନ୍ଧୁକରୁ କେମିତି ଗୁଳି ମାରିଲା ଦେଖାଇଲା। ବନ୍ଧୁକ ଧରି ପୂରା ଘଟଣାର ଡେମୋ ଦେଖାଇଲା ଗୋପାଳ। କ୍ରାଇମସ୍ପରେ ସିନ ରିକ୍ରିଏସନ ହୋଇଛି। ବାରମ୍ବାର ଡେମୋ ଦେଖାଇଲା ଗୋପାଳ। ପୁରା ସିନର ଭିଡ଼ିଓ ଗ୍ରାଫି ହୋଇଛି। ଅଭିଯୁକ୍ତ ASI ଗୋପାଳ ଦାସ ପୋଲିସ୍ ଆଗରେ ସବୁ କହିଛି। ଗୁଜରାଟର ଗାନ୍ଧୀନଗରରୁ ଆସିଥିବା ଟିମ୍ ଓ କ୍ରାଇମବ୍ରାଞ୍ଚ ସିନ କ୍ରିଏସନ ସ୍ଥାନରେ ଉପସ୍ଥିତ ଥିଲେ। ଡ୍ରୋନରେ ସବୁ କଏଦ ହୋଇଛି। କେତେ ଦୂରତାରୁ ହୋଇଥିଲା ଆକ୍ରମଣ, କେତେ ଫୁଟ,
କେତେ ମିଟର ତାହା ସବୁ କହିଛି ଗୋପାଳ। ନବ ଦାସ କାରଠୁ କେତେ ଦୂରରେ ଥିଲେ ତାହା ବି ମାପ ହୋଇଛି। କାର କାଚ ଦେଇ ଯାଇଥିବା ଗୁଳିର ଦୂରତା ବି ମପାଯାଇଛି।












Click it and Unblock the Notifications