ରିପୋର୍ଟ ଦେଲା NAAC ଟିମ୍, ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା
ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା । NAAC ରାଙ୍କରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A++ ।
କିଛି ଦିନ ତଳେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍ ଟିମ୍ । ନାକ୍ ମାନ୍ୟତାରେ ଉନ୍ନତି ଆଣିବା କ୍ଷେତ୍ରରେ ରେଭେନ୍ସା କଣ ପଦକ୍ଷେପ ନେଇଛନ୍ତି ଏନେଇ ଟିକିନିଖି ଅନୁଧ୍ୟାନ କରିଥିଲେ ନାକର ୫ ଜଣିଆ ଟିମ । ବିଶେଷକରି ଭିତ୍ତିଭୂମି ସହ, ସ୍ବାସ୍ଥ୍ୟ, ଶିକ୍ଷା, ଖାଦ୍ୟ, ପରିମଳ ଓ ବିଭିନ୍ନ ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ଟିମ । ଅନ୍ୟପକ୍ଷରେ କୁଳପତିଙ୍କ ସମେତ ବିଭିନ୍ନ ବିଭାଗର ଫାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ।
୨୦୧୬ ମସିହା ଡିସେମ୍ବରରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାକ ମାନ୍ୟତାର ବୈଧତା ଶେଷ ହୋଇଥିଲା । ଏନେଇ ପୁନଃ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାକ ସମ୍ନାରେ ଆବେଦନ କରିଥିଲେ ।

ଆବେଦନର ୬ବର୍ଷ ପରେ ନାକ ଟିମ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆସିଥିଲା । ଏହି ଟିମରେ ଅଧ୍ୟକ୍ଷ ଦୀପକ କୁମାର ଶର୍ମା, ବିଜୟ ଫୁଲାରୀ, ମେଥିଲି କେଥାଭରାପୁ, ପ୍ରଫେସର ଅରିନ୍ଦମ ଗୁପ୍ତା ଓ ଜ୍ୟୋତି କିସପୋଟା ରହିଥିଲେ । ଗୋଟିଏ ପରେ ଗୋଟିଏ ପାଠ୍ୟ ବିଭାଗ ବୁଲି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଟିମ । ତେବେ ଏହି ଗ୍ରେଡ ପରେ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ବାତାବରଣ ଦେଖିବାକୁ ମିଳିଛି । ନାକ୍ର ଏକ କମିଟି ଗତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଧ୍ୟାନ କରିଥିଲେ ।












Click it and Unblock the Notifications