ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ: ଭୟରେ ଘର ବାହାରକୁ ପଳାଇ ଆସିଲେ ଲୋକେ
ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଆକାଶରେ କିଛି କ୍ଷଣ ପାଇଁ ପ୍ରଚଣ୍ଡ ଶବ୍ଦ ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ପ୍ରଚଣ୍ଡ ଶବ୍ଦରେ ଦୋହଲିଲା ଘରଦ୍ୱାର ।

ବାଲେଶ୍ୱର/ବାରିପଦା: ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଆକାଶରେ କିଛି କ୍ଷଣ ପାଇଁ ପ୍ରଚଣ୍ଡ ଶବ୍ଦ ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ପ୍ରଚଣ୍ଡ ଶବ୍ଦରେ ଦୋହଲିଲା ଘରଦ୍ୱାର । ଭୟରେ ଲୋକେ ଘରୁ ବାହାରି ଆସିଲେ । ଶବ୍ଦ ସମୟରେ ଘରର କବାଟ ଝରକା ଥରି ଉଠିଥିଲା । ତେବେ ଶବ୍ଦର କାରଣ ଅସ୍ପଷ୍ଟ ରହିଛି । ମିସାଇଲ ପରୀକ୍ଷଣ ଯୋଗୁ ଏହିଭଳି ପ୍ରଚଣ୍ଡକାୟ ଶବ୍ଦ ଅନୁଭୂତ ହୋଇଥିବା ଆଶଙ୍କା କରାଯାଉଛି ।
ଏହା ପୂର୍ବରୁ ଗତବର୍ଷ ନଭେମ୍ବର ୨୪ ତାରିଖ ସମୟ ସକାଳ ୧୦.୪୫ ରେ ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୁଣିବାକୁ ମିଳିଥିଲା ଏହିପରି ପ୍ରଚଣ୍ଡ ଶବ୍ଦ । ତେବେ ଶବ୍ଦକୁ ନେଇ ଗୁଜବ ବି ପ୍ରଚାର ହୋଇଥିଲା । କିଏ କହିଥିଲା ଭୂମିକମ୍ପ ତ ଆଉ କିଏ କହିଲା ବିମାନ ଖସି ପଡ଼ିଲା । ହେଲେ ସେସବୁ ଗୁଜବ ଥିଲା ବୋଲି ସ୍ପଷ୍ଟ ହୋଇଥିଲା । ତେବେ ଏଭଳି ପ୍ରଚଣ୍ଡ ଶବ୍ଦ କାହିଁକି ହେଲା ଏହାର କାରଣ ଅସ୍ପଷ୍ଟ ରହିଗଲା ।












Click it and Unblock the Notifications