ବାଜିଲା ମୋହର, ଏଣିକି ମିଳିବ ୩୫୦୦ ଭତ୍ତା
ଶୁକ୍ରବାର ରାଜ୍ୟ କ୍ୟାବିନେଟ ୯ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତିବାଜିଲା ମୋହର। ବଢ଼ିଲା ଭତ୍ତା। ଏଣିକି ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୮୦%ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ୩,୫୦୦ ଟଙ୍କା ଭତ୍ତା ମିଳିବ। ପୂର୍ବରୁ ଏହି ଭତ୍ତା ୧୨୦୦ ଟଙ୍କା ଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି। ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାର ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

କହିରଖୁଛୁ, ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ ପ୍ରସ୍ତାବରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ୫ ବର୍ଷ ପାଇଁ ଅନୁମୋଦନ ମିଳିଛି। ସୁଭଦ୍ରା ଯୋଜନାକୁ ନେଇ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିଲେ ୨ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୨୫ ହଜାର ସବ୍ସିଡି ଶକ୍ତି ବିଭାଗ ଦେବ ବୋଲି ଜଣାପଡ଼ିଛି।
ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ୮୭୪.୧୪ କୋଟି ଟଙ୍କା ଘୋଷଣା କରାଯାଇଛି। ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ବ୍ୟାଙ୍କ ଋଣ ଲାଗି ଗ୍ୟାରେଣ୍ଟି ବ୍ୟବସ୍ଥା ହୋଇଛି। ୫ ବର୍ଷ ପାଇଁ ନୂଆ ଋଣ ଲାଗି ୧୭ ହଜାର ୫୦୦ କୋଟି ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।












Click it and Unblock the Notifications