ଜଳିଗଲା 'ମୋ ବସ୍': ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା:ରାଉରକେଲାରେ ଜଳିଗଲା 'ମୋ ବସ୍' । ବେଦବ୍ୟାସ ଯାଉଥିବା ବେଳେ TCI ଛକରେ ବସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ ବସ କର୍ମଚାରୀ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି ।

 rourkela

ସୂଚନା ଅନୁସାରେ, ରାଉରକେଲାରେ ଆଜି ନୂଆ ମୋ ବସରେ ହଠାତ୍ ନିଆଁ ଲାଗିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେହି କିଛି ବୁଝିବା ପୂର୍ବରୁ ରାସ୍ତା ଉପରେ ହୁ ହୁ ଜଳି ଉଠିଥିଲା ବସଟି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ବ୍ୟାଟେରୀରେ ତ୍ରୁଟି କାରଣରୁ ବସରେ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ଆୟତ୍ତ କରିବା କଷ୍ଟକର ହୋଇ ପଡିଥିଲା ଏବଂ କିଛି ସମୟ ମଧ୍ୟରେ ପୁରା ବସଟି ଜଳି ପୋଡି ଛାରଖାର ହୋଇ ଯାଇଥିଲା । ସୂଚନାଥାଉ ଯେ, ହକି ବିଶ୍ୱକପ୍ ସମୟରେ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+