ମୋ ବସ ମାମଲା ; CRUT କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ସହ ୨୩ ମେ’ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ OHRC

ଓଡ଼ିଶା ମାନବାଧିକାର କମିଶନରେ ପହଞ୍ଚିଲା 'ମୋ ବସ୍' ମାମଲା । ଭୁବନେଶ୍ବରରେ ନିୟମିତ ବ୍ୟବଧାନରେ ମୋ ବସ୍ ଦୁର୍ଘଟଣା ଘଟାଇ ଚାଲିଛି । ଗତ ମାସ ୪ ତାରିଖରେ ନନ୍ଦନକାନନ ରଘୁନାଥପୁରରେ ମୋ ବସ୍ ଧକ୍କାରେ ଜଣେ ସ୍କୁଲ ପିଲାର ମୃତ୍ୟୁ ଘଟିଥିଲା ।

mo bos

୧୨ ବର୍ଷୀୟ ନାବାଳିକା କୁନି ଜୁଆଡ଼ି ସାଇକେଲରେ ସ୍କୁଲ ଯାଉଥିବା ବେଳେ ଧକ୍କା ଦେଇଥିଲା ମୋ ବସ୍ । ଦୁର୍ଘଟଣାରେ କୁନି ଜୁଆଡ଼ିର ମୃତ୍ୟୁ ହୋଇଥିଲା । ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ଆଇନଜୀବୀ ପ୍ରବୀର ଦାସ ଓଡ଼ିଶା ମାନବାଧିକାର କମିଶନରେ ମାମଲା ରୁଜୁ କରିଛନ୍ତି । ଏହାର ତଦନ୍ତ କରି ରିପୋର୍ଟ ଦେବାକୁ 'କ୍ରୁଟ୍'କୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି ଅଧ୍ୟକ୍ଷ। ଆସନ୍ତା ମେ' ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+