ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ MVI ଗୋଲାପ ଚନ୍ଦ୍ର ହାଁସଦା

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମ୍‌ଭିଆଇ) ଗୋଲାପ ଚନ୍ଦ୍ର ହାଂସଦାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରବିବାର ଗୋଟିଏ ଦିନର ଯାଞ୍ଚରେ ଗୋଲାପଚନ୍ଦ୍ରଙ୍କର ୪୪ ପ୍ଲଟ୍‌ ଥିବା ଜଣାପଡ଼ିଥିବାବେଳେ ଘରୁ କେଜିଏ ସୁନା ଓ ୨ କେଜି ରୁପା ଅଳଙ୍କାର ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଗୋଲାପଚନ୍ଦ୍ରଙ୍କ ବାରିପଦା, ବୌଦ୍ଧ ଓ ଭୁବନେଶ୍ୱରର ୬ ସ୍ଥାନରେ ଚଢ଼ାଉ କରାଯାଇଛି। ଯାଞ୍ଚ ଚାଲିଥିବା ସ୍ଥାନ ବୌଦ୍ଧରେ ଥିବା ଭଡ଼ାଘର, ବୌଦ୍ଧ ଆର୍‌ଟିଓ ଅଫିସସ୍ଥିତ ଚାମ୍ବର, ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡିଡିହ ଗ୍ରାମସ୍ଥିତ ପୈତୃକ ଘର, ଭୁବନେଶ୍ୱର ପାଣ୍ଡରାସ୍ଥିତ ଝିଅ ରହୁଥିବା ଭଡ଼ା ଫ୍ଲାଟ୍‌, ବାରିପଦା ୱାର୍ଡ ନଂ.୨୮ ଅନ୍ତର୍ଗତ ବାଘଡ଼ିହସ୍ଥିତ ଘନିଷ୍ଠ ସହଯୋଗୀଙ୍କ ଘର ଆଦି ରହିଛି।

MVI Golap Chandra Hansda

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ଗୋଲାପଚନ୍ଦ୍ରଙ୍କ ବାରିପଦା ପ୍ରଫୁଲ୍ଲ ନଗରସ୍ଥିତ ପ୍ଲଟ୍‌ ନଂ.୪୫୭, ଖାତା ନଂ.୨୦୫/୭୩୦ରେ ୩୩୦୦ ବର୍ଗଫୁଟରେ ନିର୍ମିତ ଦୁଇମହଲା କୋଠା ରହିଛି। ବାରିପଦାରେ ୪୩ ପ୍ଲଟ୍‌ ଓ ବାଲେଶ୍ୱର ଟାଉନ ଉପକଣ୍ଠରେ ଗୋଟିଏ ପ୍ଲଟ୍‌ ଠାବ ହୋଇଛି। ସେଲ୍‌ ଡିଡ୍‌ ଅନୁଯାୟୀ ପ୍ଲଟଗୁଡ଼ିକର ମୂଲ୍ୟ ୧.୪୯ କୋଟି ଥିବାବେଳେ ପ୍ରକୃତ ମୂଲ୍ୟ ଏହାଠାରୁ ଢେର୍‌ ଅଧିକ ହେବ ବୋଲି ଭିଜିଲାନ୍ସ ଅନୁମାନ କରୁଛି। କୋଠା ଓ ପ୍ଲଟଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ଛାନ୍‌ଭିନ୍‌ ଚଳାଇଛି। ଏହାବ୍ୟତୀତ ଗୋଲାପଚନ୍ଦ୍ରଙ୍କ ଘରୁ ନଗଦ ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ମିଳିଥିବା ବେଳେ ଏକ କେଜି ସୁନା ଓ ୨.୧୨୬ କେଜି ରୁପା ଅଳଙ୍କାର ମିଳିଛି। ସୁନା ମଧ୍ୟରେ ୫୦ ଗ୍ରାମ୍‌ ଲେଖାଏ ଦୁଇଟି ସୁନା ବିସ୍କୁଟ୍‌ ରହିଛି।

ସେହିପରି ଗୋଲାପଚନ୍ଦ୍ର ବ୍ୟାଙ୍କ, ପୋଷ୍ଟାଲ ଓ ଜୀବନବୀମାରେ ୧ କୋଟି ୩୪ ଲକ୍ଷ ୯ ହଜାର ୧୯୩ ଟଙ୍କା ରଖିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେ ତାଙ୍କ ଝିଅର ଡାକ୍ତରୀ ପଢ଼ା ବାବଦକୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ଏଥିସହ ଗୋଲାପଚନ୍ଦ୍ରଙ୍କ ଘରୁ ଏକ ଡାଏରୀ ଜବତ ହୋଇଛି, ଯେଉଁଥିରେ ବେନାମୀ ଟଙ୍କା କାରବାର ତଥ୍ୟ ରହିଥିବା ବେଳେ ଏହାକୁ ଯାଞ୍ଚ କରାଯାଉଛି। ଏମ୍‌ଭିଆଇଙ୍କଠାରୁ ଗୋଟିଏ କାର୍‌ (ହୁଣ୍ଡାଇ କ୍ରେଟା), ୩ଟି ଦୁଇଚକିଆ ଯାନ ଓ ୧୬.୬ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ ହୋଇଛି। ଚଢ଼ାଉ ଜାରି ରହିଥିବାରୁ ଗୋଲାପଚନ୍ଦ୍ରଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେଣେ ତାଙ୍କୁ ଭିଜିଲାନ୍ସ ଅଟକ ରଖି ବେଆଇନ ସମ୍ପତ୍ତି ବିଷୟରେ ପଚରାଉଚରା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+