ରାଜ୍ୟରେ ଆରମ୍ଭ ହେବ ଛତୁ ମିଶନ, ସାମିଲ ହେବେ ସ୍ୱୟଂ ସହାୟକ ଗୋଷ୍ଠୀ

ରାଜ୍ୟରେ ଆରମ୍ଭ ହେବ ଛତୁ ମିଶନ, ସାମିଲ ହେବେ ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଛତୁ ମିଶନ । ସ୍ୱାବଲମ୍ବୀ ହେବେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ । ଆଗାମୀ ୫ ବର୍ଷ ମଧ୍ୟରେ ଛତୁ ଉତ୍ପାଦନକୁ ବହୁଗୁଣିତ କରାଯିବ ବୋଲି ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । ଜାତୀୟ ସ୍ତରରେ ଓଡ଼ିଶା ଛତୁ ଉତ୍ପାଦନରେ ଆଗରେ ରହିଛି ଏପରି ସ୍ଥିତିରେ ଛତୁ ମିଶନ ଭଳି ନିଷ୍ପତି ଆସିଲେ ଛତୁଚାଷୀମାନେ ଅଧିକ ଲାଭ ପାଇପାରିବେ ।

Mushroom Mission

ବର୍ତ୍ତମାନ ରାଜ୍ୟରେ ବର୍ଷକୁ ପ୍ରାୟ ୩୫ ହଜାର ଟନ୍ ଛତୁର ଉତ୍ପାଦନ ହେଉଥିବା ବେଳେ ୭ ଶହ କୋଟୁରୁ ଅଧିକ ଆୟ ହେଉଛି । ରାଜ୍ୟରେ ଛତୁ ଉତ୍ପାଦନର କ୍ଷମତାକୁ ନଜରରେ ରଖି ରାଜ୍ୟ ସରକାର ଛତୁ ମିଶନ ଲାଗୁ କରିବା ଭଳି ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ ରାଜ୍ୟରେ ପାଳ ଛତୁ ଉତ୍ପାଦନରେ ଆତ୍ମନିର୍ଭର ସ୍ତରରେ ପହଁଚିସାରିଛି । ଆଗାମୀ ଦିନରେ ବଟମ ଛତୁ ଚାଷକୁ ସରକାର ପ୍ରୋତ୍ସାହନ ଦେବେ ନେଇ ବିଚାର କରାଯାଉଛି ।

ତେବେ ରାଜ୍ୟ ଛତୁ ଉତ୍ପାଦନକାରୀ ମହାସଂଘ ରାଜ୍ୟ ସରକାରଙ୍କ ପାଖରେ କିଛି ଦାବି ରଖିଛି ଯେପରି, ଓମେଫଡ୍ ଓ ଓପଲଫେଡ୍ କିଓସ୍କୋ ପରି ଛତୁ ବିକ୍ରି ପାଇଁ ମଧ୍ୟ କିଓସ୍କୋ ବ୍ୟବସ୍ଥା କରାଯିବା ଉଚିତ୍ । ଯାହା ଦ୍ୱାରା ଛତୁ ବ୍ୟବସାୟ ଆହୁରି ମଜଭୁତ ହୋଇ ପାରିବ । ସେହିପରି ଶୀତଳଭଣ୍ତାରର ମଧ୍ୟ ଆବଶ୍ୟକତା ରହିଛି । ତେବେ ଏହି ଡିମାଣ୍ତ ଉପରେ ସରକାର ବିଚାର କରୁଛନ୍ତି । ସେହିପରି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ କିଭଳି ଛତୁ ଉତ୍ପାଦନରେ ସାମିଲ ହେବ ସେ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+