ଝାରପଡା ଜେଲରେ ହେବ ଛତୁ ଚାଷ
ଜେଲରେ ସୋରିଷ ତେଲ, ମୁଢି, ବେସନ ଆଦି ପ୍ରସ୍ତୁତ ହେବା ପରେ ଆଉ କିଛି ନୂଆ ସାମାଗ୍ରୀ ପ୍ରସ୍ତୁତ କରିବା ଲାଗି ଯୋଜନା କରାଯାଇଛି ।
ଭୁବନେଶ୍ବର: ଝାରପଡା ଜେଲ ଅନ୍ତେବାସୀଙ୍କୁ ସ୍ୱାବଲମ୍ବୀ କରାଇବା ପ୍ରୟାସରେ ଆଉ ପାଦେ ଆଗୁ ବଢିଛି । ଜେଲରେ ସୋରିଷ ତେଲ, ମୁଢି, ବେସନ ଆଦି ପ୍ରସ୍ତୁତ ହେବା ପରେ ଆଉ କିଛି ନୂଆ ସାମାଗ୍ରୀ ପ୍ରସ୍ତୁତ କରିବା ଲାଗି ଯୋଜନା କରାଯାଇଛି ।

ଜେଲରେ ଛତୁ ଚାଷ, ଫିନାଇଲ ଓ ବିଭିନ୍ନ ଡିଜାଇନ ମହମବତୀ ପ୍ରସ୍ତୁତ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମାସ ଶେଷ ସୁଦ୍ଧା ଝାରପଡା ଜେଲରେ ଫିନାଇଲ ପ୍ରସ୍ତୁତ କରାଯାଇ ବାଜରକୁ ଛାଡଯିବ । ଏଥିସହିତ ଡିଜାଇନ ମହମବତୀ ପ୍ରସ୍ତୁତ କରାଯାଇ ମାର୍କେଟକୁ ବିକ୍ରି ଲାଗି ଛଡାଯିବ ବୋଲି ଝାରପଡା ଜେଲ ଅଧକ୍ଷ ଧିରେନ୍ଦ୍ର ନାଥ ବାରିକ କହିଛନ୍ତି ।
ସେହିପରି ଜେଲ ପରିସରରେ ଛତୁ ଚାଷ ଲାଗି ନଡା ଓ ଅନ୍ୟନ୍ୟ ସାମଗ୍ରୀ ଆସିବା ଲାଗି ଯୋଜନା କରାଯାଇଛି । ଖୁବଶୀଘ୍ର ଏ ସବୁ ଉତ୍ପାଦନ କରାଯାଇ ବଜାରକୁ ଛଡାଯିବ ।












Click it and Unblock the Notifications