'ଟ୍ୟୁସନ ଫି' ପାଇଁ ହତ୍ୟା:୫ ହଜାର ଟଙ୍କା ପାଇଁ ନାବାଳକ ସାଜିଲା ହତ୍ୟାକାରୀ
ଖୋର୍ଦ୍ଧା: 'ଟ୍ୟୁସନ ଫି' ପାଇଁ ହତ୍ୟା । ମାତ୍ର ୫ ହାଜର ଟଙ୍କା ପାଇଁ ନାବାଳକ ସାଜିଲା ହତ୍ୟାକାରୀ । ଘରେ ପଶି କଲା ଟ୍ୱୁସନ୍ ସାରଙ୍କ ପୁଅର ହତ୍ୟା । ଏପରି ଘଟଣା ଘଟିଠି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ । ବାରମ୍ବାର ଟ୍ୱୁସନ ଫି' ମାଗିବାରୁ ଲଜ୍ୱିତ ହେବା ସହ ପ୍ରସିଶୋଧ ପରାୟଣ ହୋଇ ହତ୍ୟା କରି ଅଭିଯୁକ୍ତ ନାବାଳକ ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନବମ ଶ୍ରେଣୀ ଛାତ୍ର ଶୁଭମ୍ ସ୍ୱରୂପ ଟ୍ୱିସନ୍ ସାରାଙ୍କ ପୁଅ ଶୁଭମ ସ୍ୱରୂପ ପାଲଟାସିଂଙ୍କୁ ଛୁରି ଆକ୍ରମଣ କରିଥିଲା । ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକ ଶୁଭମଙ୍କ ପିତା ଜଣେ ଶିକ୍ଷକ । ଗତକାଲି ସନ୍ଧ୍ୟାରେ ସେ ନିଜ ଝିଅ ଓ ପତ୍ନୀ ସହିତି ମିଶି ମନୋଜ କିଛି ଛାତ୍ରଙ୍କୁ ପଠାପଢାଉଥିଲେ । ସେହି ସମୟପେ ଶୁଭମ ଅନ୍ୟ ଏକ ରୁମରେ ବସି ପାଠପଢୁଥିବା ନେଇ ସୂଚନା ରହିଛି । ଏହି ସମୟରେ ଅଭିଯୁକ୍ତ ଘରେ ପସି ଏକ ଧାରୁଆ ଅସ୍ତ୍ରରେ ଶୁଭମ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ପୁଣ ଚିତ୍କାର ଶୁଣି ପରିବାର ସଦସ୍ୟ ତଳକୁ ଆସି ରକ୍ତାକ୍ତ ଅବସ୍ଥାରେ ଶୁଭମଙ୍କୁ ପଡିଥିବାର ଦେଖିଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରୁ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଏବଂ ଆରମ୍ଭ କରିଥିଲା ଯାଞ୍ଚ୍ । ସେହି ସମୟରେ ଘଟଣାସ୍ଥଳରେ ଏକ ବ୍ୟାଗରେ ୟୁନିଫର୍ମ ପଡିଥିବାର ଦେଖିବା ପାଇଁ ମିଳିଥିଲା । ଯାହା ଅଭିଯୁକ୍ତର ଥିବା ନେଇ ସନ୍ଦେହ କରାଯାଇଥିଲା ଏବଂ ପରେ ଅଭିଯୁକ୍ତ ନାବାଳକୁ ଅଟକ ରଖାଯାଇ ପଚରାଉଚରା ଆରମ୍ଭ ହୋଇଥିଲା ।
ପରେ ତାକୁ ଜୁଭେଲାଇଲ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି । ତେବେ ଶୁଭମଙ୍କ ଏପରି ହତ୍ୟା କରାଯିବା ପରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେହିପରି ଏହି ଘଣାର ଦୁଇ ସନ୍ଦଗ୍ଧଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି । ସିଟିଭି ଫୁଟେଜ୍ ଆଧାରରେ ପୋଲିସ ୨ ଜଣଙ୍କୁ ଅଟକ ରହିଛି ।












Click it and Unblock the Notifications