ଦୁଇ ଓଡ଼ିଶା ଯୁବକଙ୍କୁ ହତ୍ୟା ମାମଲା ; ଝାଡଖଣ୍ଡ ସରକାରଙ୍କୁ ରିପୋର୍ଟ ମାଗିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସୁନ୍ଦରଗଡ଼ ଜିଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ପଶ୍ଚିମସିଂଭୂମ ଜିଲ୍ଲାର ଗୋଇଲକେରା ଏବଂ ସୋନୁଆ ସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଗ୍ରାମବାସୀ ଚଳାଇଥିବା 'ସେନ୍ଦ୍ରା' ଅପରେସନରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି। ଗୋରୁଚୋରି ଅଭିଯୋଗରେ ରାଇରଙ୍ଗପୁର ବାସିନ୍ଦା ଶେଖ ଶାହାଦିଲ ଏବଂ ଶେଖ ନାଜିରଙ୍କୁ ଗ୍ରାମବାସୀଙ୍କ ଦ୍ଵାରା ହତ୍ୟା କରା ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ୯ ତାରିଖ ରାତିରେ ରାଇରଙ୍ଗପୁର ଅଞ୍ଚଳର ପାଞ୍ଚଜଣ ଯୁବକ ଏକ ସ୍କର୍ପିଓ ନେଇ ଗୋଏଲକେରାକୁ ଆସିଥିଲେ। ଏହି ସମୟରେ ଗୋଇଲକେରା କେବରା ଅଞ୍ଚଳସ୍ଥ ସରଣ୍ଡାର ଘନ ଜଙ୍ଗଲରେ ଗ୍ରାମବାସୀ ମାଓବାଦୀଙ୍କ ବିରୋଧରେ ଅଭିଯାନ ଚଳାଇ ପହରା ଦେଉଥିଲେ। ସେତିକିବେଳେ ଶାହାଦିଲ ଏବଂ ନାଜିର ସେମାନ ହାବୁଡ଼ରେ ପଡ଼ିବାରୁ ସେମାନଙ୍କୁ ହତ୍ୟା କରିଥିଲେ।
ଏହି ଘଟଣା ପରେ ଉଭୟ ଯୁବକଙ୍କ ପରିବାର ସଦସ୍ୟ ଝାଡ଼ଖଣ୍ଡ ଚାଇଁବସା ଓ ଓଡ଼ିଶାର ମୟୂରଭଞ୍ଜ ଏସ୍ପି ତଥା ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ଚିଠି ଲେଖି ଶେଖ ଶାହାଦିଲ ଏବଂ ଶେଖ ନାଜିରଙ୍କୁ ଖୋଜିବା ପାଇଁ ଦାବି କରିଥିଲେ।
ପରିବାର ସଦସ୍ୟଙ୍କ କହିବାନୁସାରେ ପାଞ୍ଚ ଜଣ ଯୁବକ ଗୋଏଲକେରାର ଜଙ୍ଗଲ ପାହାଡ଼ ଅଞ୍ଚଳ ବୁଲିବାକୁ ଆସିଥିଲେ। ସେମାନେ ଜାଣି ନ ଥିଲେ ଯେ ଗ୍ରାମାଞ୍ଚଳରେ ମାଓବାଦୀଙ୍କ ବିରୋଧରେ 'ସେନ୍ଦ୍ରା' ଅପରେସନ ଚାଲିଛି। ଯେତେବେଳେ ଏହି ପାଞ୍ଚଜଣ ଯୁବକ ମଧ୍ୟରାତ୍ରିରେ କେବରା ଗାଁରେ ପହଞ୍ଚିଥିଲେ ସେତେବେଳେ ସେମାନଙ୍କୁ ଗ୍ରାମବାସୀଙ୍କ ଦ୍ଵାରା ଅଟକା ଯାଇଥିଲା।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମାମଲାର ସମ୍ପୂର୍ଣ ରିପୋର୍ଟ ଝାଡ଼ଖଣ୍ଡ ସରକାରଙ୍କଠୁ ମାଗିଛନ୍ତି। ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ପଶ୍ଚିମ ସିଂହଭୂମର ଜିଲ୍ଲାପାଳ ଏବଂ ଏସ୍ପି ଆଜି ଗୋଏଲକେରା ପହଞ୍ଚିବା ସହିତ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏ ସମ୍ପର୍କରେ ସୂଚନା ହାସଲ କରିଛନ୍ତି।












Click it and Unblock the Notifications