Get Updates
Get notified of breaking news, exclusive insights, and must-see stories!

ମୁଣ୍ଡଳୀ ହାତୀ ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ମାନସିକ ଆଘାତରୁ ହୋଇଛି ମୃତ୍ୟୁ

ମୁଣ୍ଡଳୀ ହାତୀ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ଦର୍ଶାଯାଇଛି, ମାନସିକ ଆଘାତ କାରଣରୁ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟ ହୋଇଥିବା ରିପୋର୍ଟରେ କୁହାଯାଇଛି ।

ଭୁବନେଶ୍ୱର: ମୁଣ୍ଡଳୀ ହାତୀ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ଦର୍ଶାଯାଇଛି, ମାନସିକ ଆଘାତ କାରଣରୁ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟ ହୋଇଥିବା ରିପୋର୍ଟରେ କୁହାଯାଇଛି । ସାଲେପୁର ବ୍ଲକ ପଶୁସମ୍ପଦ ଅଧିକାରୀ ବନବିଭାଗକୁ ଏହି ରିପୋର୍ଟ ଦେଇଛନ୍ତି ।

Elephant Death

ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ତାରିଖରେ କଟକ ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଫସିଯାଇଥିବା ଦନ୍ତା ହାତୀ । ଦୁଇ ଦିନ ପରେ ଅର୍ଥାତ ୨୬ ତାରିଖରେ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ମହାନଦୀର ପ୍ରଖର ବନ୍ୟାଜଳରେ ଫସି ନିଖୋଜ ହୋଇଥିବା ହାତୀର ମୃତ୍ୟୁ ହୋଇଥିଲା । ୨୬ ତାରିଖ ସକାଳୁ ଯୋବ୍ରା ବ୍ୟାରେଜରେ ମୃତ ହାତୀଟି ଲାଗିବା ପରେ ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ପରେ ବନ ବିଭାଗ ଓ ଜଳସଂପଦ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି ଗେଟ୍ ଖୋଲି ହାତୀଟିକୁ ଉଦ୍ଧାର କରିଥିଲେ। ହାତୀଟିକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଦୁଇ ଜଣଙ୍କର ଜୀବନ ମଧ୍ୟ ଯାଇଥିଲା ।

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍‌ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍‌ ମହାନ୍ତି। ତାଙ୍କ କହିବା କଥା ହେଲା ହାତୀ ପାଣିରେ ଖସିଗଲା ଓ ପାଣିରେ ବୁଡ଼ି ତା'ର ମୃତ୍ୟୁ ହେଲା। ତେବେ 'ସକ୍‌'ରେ ତା'ର ମୃତ୍ୟୁ ହେଲା କିପରି ବୋଲି ସେ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+