ଅବତରଣ ବେଳେ ରନୱେରୁ ଖସିଲା ବିମାନ, ଦୁଇ ଖଣ୍ଡ ହେବା ପରେ ଲାଗିଲା ନିଆଁ

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଏକ ଘରୋଇ ଚାର୍ଟାର୍ଡ ପ୍ଲେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିମାନଟି ଅବତରଣ କରିବା ସମୟରେ ରନୱେରୁ ଖସିପଡିଛି । ବିମାନରେ 6 ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟ ଥିଲେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ଚାର୍ଟାର୍ଡ ବିମାନ ଅବତରଣ କରିବା ସମୟରେ ରନୱେରେ ଭାରସାମ୍ୟ ହରାଇଥିଲା । ଏହା ପରେ ପ୍ଲେନ୍ ଦୁଇ ଫାଳ ହୋଇ ନିଆଁ ଲାଗି ଯାଇଥିଲା ।

Mumbai Plane Crash

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଟି ମୁମ୍ବାଇ ଏୟାରପୋର୍ଟର ରନୱେ ନମ୍ବର ୨୭ ନିକଟରେ ଘଟିଛି । ମୁମ୍ବାଇ ଏୟାରପୋର୍ଟରୁ ଆସିଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି ଯେ ରନ ୱେ କଡ଼ରେ ବିମାନର କିଛି ଅଂଶ ପଡ଼ି ରହିଛି । ଏଥିରୁ ନିଆଁ ବାହାରୁ ଥିବା ବେଳେ ଅଗ୍ନିଶମ ବାହିନୀ ଏହାକୁ ଲିଭାଇବା ପାଇଁ ଚେଷ୍ଟା କରୁଛି । ନିଆଁ ଲିଭାଇବାକୁ ସେମାନଙ୍କୁ ବେଶ କିଛି ସମୟ ମଧ୍ୟ ଲାଗିଥିଲା ।

ଡିଜିସିଏ କହିଛି ଯେ ଦୁର୍ଘଟଣାଗ୍ରସ୍ତ ଚାର୍ଟାର୍ଡ ବିମାନଟି ବେଙ୍ଗାଲୁରୁ ଭିତ୍ତିକ ଭିଏସ୍‌ଆର ଭେନଚର ସଂସ୍ଥାର Learjet 45। ଏହା ବୀର ନାଁରେ ମଧ୍ୟ ପରିଚିତ । ବିମାନଟି ଆନ୍ଧ୍ର ପ୍ରଦେଶର ବିଶାଖାପଟନମରୁ ମୁମ୍ବାଇ ଆସିଥିଲା । କିନ୍ତୁ ଏଠାରେ ଲ୍ୟାଣ୍ଡ ବେଳେ ପ୍ରବଳ ବର୍ଷା ଯୋଗୁ ଦୁର୍ଘଟଣା ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+